Categories: ଜାତୀୟ

୩ ଲୋକଙ୍କୁ ହତ୍ୟା ପରେ ଅଶାନ୍ତ ମଣିପୁର: ଡ୍ରୋନ, ବୋମା ଏବଂ ଗୁଳିରେ ଆକ୍ରମଣ କରୁଛନ୍ତି ଉପଦ୍ରବକାରୀ, ଜବାବ ଦେଉଛି ପୋଲିସ

ଇମ୍ଫାଲ,୫।୮: ମଣିପୁରରେ ଜାତିଆଣ ବିବାଦର ନିଆଁ ଲିଭିବାର ନାଁ ନେଉନାହିଁ। ଉପଦ୍ରବକାରୀମାନେ ବିଷ୍ଣୁପୁର ଜିଲାରେ ମୈତେଇ ସମ୍ପ୍ରଦାୟର ୩ ଜଣଙ୍କୁ ହତ୍ୟା କରିବା ସହ ଅନେକ ଘରେ ନିଆଁ ଲଗାଇ ଦେଇଛନ୍ତି। ଏହି ହିଂସା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଶନିବାର ସକାଳେ ବିଷ୍ଣୁପୁର କ୍ୱାକଟା ଅଞ୍ଚଳରେ ଥିବା କୁକି ପ୍ରାଧାନ୍ୟ ପାହାଡ଼ରୁ ପୋଲିସ ଏବଂ ଉପଦ୍ରବକାରୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ହେଉଛି। ବିଶେଷକରି ବୋମା ଏବଂ ଡ୍ରୋନ ଜରିଆରେ ଉପଦ୍ରବକାରୀ ଆକ୍ରମଣ କରୁଥିବା ବେଳେ ମଣିପୁର ପୋଲିସ, ସିଡିଓ, କମାଣ୍ଡୋମାନେ ଏହାର ଜବାବ ଦେଉଛନ୍ତି।

ଶୁକ୍ରବାର ରାତିରେ ବିଷ୍ଣୁପୁରରେ ୩ ସ୍ଥାନୀୟ ଲୋକଙ୍କୁ ହତ୍ୟା କରାଯିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ପାହାଡ଼ ଅଞ୍ଚଳରୁ ଆସୁଥିବା ଡ୍ରୋନ କୁ ପୋଲିସ ଏବଂ ସ୍ଥାନୀୟ ସଶସ୍ତ୍ର ଗ୍ରାମବାସୀ ଗୁଳି ଚଳାଇ ଖସାଇବାକୁ ଚେଷ୍ଟା କରୁଛନ୍ତି। ଏଥିସହ ସୀମାରେ ସ୍ନାଇପର ଏବଂ କମାଣ୍ଡୋ ନିଯୁକ୍ତ ହୋଇଛନ୍ତି। ତେବେ କିଛି ଲୋକ ବଫର ଜୋନ ପାର କରି ମୈତେଇ ଅଞ୍ଚଳକୁ ଆସି ଗୁଳି ଚଳାଇଥିବା ପୋଲିସ କହିଛି।

Share