ଚାକିରି ଦେବା ନାଁରେ ବଡ଼ ଧରଣର ଠକେଇ, ୨ ଗିରଫ

ଭୁବନେଶ୍ୱର,୨୪।୧୧(ସୂର୍ଯ୍ୟକାନ୍ତ ବେହେରା): ମୁମ୍ବାଇ ପୋର୍ଟ ଟ୍ରଷ୍ଟ ନାମରେ ନକଲି ୱେବ୍‌ସାଇଟ ଖୋଲି ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଏକ ଗ୍ୟାଙ୍ଗର ୨ ଜଣ ସଦସ୍ୟଙ୍କୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁରର ରାଜେନ୍ଦ୍ର ମଲ୍ଲିକ ଓ କନ୍ଧମାଳର ସଚିନ ଦିଆଗଲ। ସେମାନଙ୍କଠାରୁ ୩୭ଟି ମୋବାଇଲ,୧୨ ପ୍ୟାନ କାର୍ଡ଼, ବିଭିନ୍ନ ବ୍ୟାଙ୍କର ୩୮ ଏଟିଏମ୍‌, ୨୫ ନୂଆ ସିମ୍‌, ୩ଟି ଚେକ୍‌ ବୁକ୍‌ ,୩୨ଟି ପୁରୁଣା ସିମ୍‌ କାର୍ଡ଼, ବିଭିନ୍ନ କମ୍ପାନୀର ଷ୍ଟାମ୍ପ ପ୍ୟାଡ୍‌, ପାସ୍‌ ବୁକ, ଆଧାର କାର୍ଡ଼, ଭୋଟର କାର୍ଡ଼, ଲାପ୍‌ଟପ୍‌ ଆଦି ଜବତ ହୋଇଛି। ସେହିପରି ଅଭିଯୁକ୍ତଙ୍କ ନାମରେ ମୁମ୍ବାଇ ଥାନାରେ ମାମଲା ଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।

Share