୩ ବର୍ଷରେ ଉନ୍ନୟନ କାମରେ ବ୍ୟାପକ ହେରଫେର

ପଟ୍ଟାମୁଣ୍ଡାଇ, ୧୦ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ପୌର ପରିଷଦର କେତେଜଣ ଅଫିସର ଏହି ଟଙ୍କାକୁ ବାଟମାରଣା କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ୩ ବର୍ଷ ପୂର୍ବେ ପଟ୍ଟାମୁଣ୍ଡାଇ ପୌର ପରିଷଦର ସ୍ବାୟତ୍ତ ଶାସନ ଅବସରରେ କୋଟି କୋଟି ଟଙ୍କାର ଶିଳାନ୍ୟାସ ବିଭିନ୍ନ ୱାର୍ଡରେ କରାଯାଇଥିଲା। ବାସ୍ତବରେ ଏ ଟଙ୍କା ଠିକ୍‌ କାମରେ ଲାଗୁନି। ୨୦୧୮ରୁ ୨୦୨୨ ଯାଏ ୩ ବର୍ଷ ପର୍ଯ୍ୟନ୍ତ ପୌର ନିର୍ବାଚନ ବନ୍ଦ ଥିଲା। ଜନପ୍ରତିନିଧି, ୱାର୍ଡ କାଉନ୍‌ସିଲର ନ ଥିବା ଯୋଗୁ କର୍ମଚାରୀମାନେ ମନମାନି କରିବାରେ ବ୍ୟସ୍ତ ଥିଲେ। କାମ ସବୁ କାଗଜପତ୍ରରେ ସୀମିତ ରଖାଯାଇଛି।
ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ସାହି, ଗଳିକନ୍ଦିର ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ଫଳରେ ବହୁ ସମୟରେ ଦୁର୍ଘଟଣା ଘଟିବା ସହ ଧନଜୀବନ ହାନି ହେଉଛି। ପାଣି ନିଷ୍କାସନ ହେଉ ନ ଥିବାରୁ ନାଳ ପାଣି ରାସ୍ତାରେ ଭାସୁଛି। ପୌର ପରିଷଦର ଲଗାଯାଇଥିବା ଲାଇଟ୍‌ ମଧ୍ୟ ଅଧିକାଂଶ ସମୟରେ ଜଳେନାହଁ। ଏହି ଅଫିସ୍‌ର କାର୍ଯ୍ୟରତ କର୍ମଚାରୀ ଠିକ୍‌ ସମୟରେ ଅଫିସ୍‌ ଆସୁନାହାନ୍ତି। ସବୁଠୁ ବଡ଼କଥା ହେଲା, ପ୍ରାୟ ୩ ବର୍ଷ ହେଲା ପୌର ନିର୍ବାଚନ ହୋଇ ନ ଥିଲା। ଫଳରେ କାଉନ୍‌ସିଲର ଓ ଜନପ୍ରତିନିଧି ନ ଥିବା ହେତୁ ୨୦୧୮ ସେପ୍ଟେମ୍ବରରୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ସହରାଞ୍ଚଳ ୱାର୍ଡବାସୀଙ୍କ ପାଇଁ ମହଙ୍ଗା ପଡ଼ିଛି। କାଉନ୍‌ସିଲର ନ ଥିବା ଯୋଗୁ ଲୋକଙ୍କ ଦାବି କେହି ଉପସ୍ଥାପନ କରୁ ନ ଥିଲେ। ଫଳରେ ପୌରସଂସ୍ଥାର ଅଧିକାରୀମାନେ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉ ନ ଥିଲେ। ଚଳିତବର୍ଷ ମାର୍ଚ୍ଚରେ ନିର୍ବାଚିତ କାଉନ୍‌ସିଲର ଆସିବା ପରେ କାର୍ଯ୍ୟରେ କିଛିଟା ସୁଧାର ଆସିଛି। ବହୁ ରାସ୍ତା ସମ୍ପୂର୍ଣ୍ଣ ଖାଲଢ଼ିପରେ ପରିପୂର୍ଣ୍ଣ ଥିବାବେଳେ ଏହା ସହରାଞ୍ଚଳ ସୌନ୍ଦର୍ଯ୍ୟକୁ ବାଟବଣା କରୁଛି। ସହର ରାସ୍ତାରେ ଗୋରୁ ଓ କୁକୁର ମାଳ ମାଳ ହୋଇ ବୁଲିବା କାରଣରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇ ଦୁର୍ଘଟଣା ବଢ଼ୁଛି। କେନ୍ଦ୍ରାପଡ଼ା ଜିଲା ଭାଜପା ଉପସଭାପତି ସଞ୍ଜୟ ସାହୁ କହିଛନ୍ତି, ୩ ବର୍ଷ ହେବ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅବସ୍ଥା ଶୋଚନୀୟ ହୋଇ ପଡ଼ିରହିଛି। ରାସ୍ତାଘାଟ, ଡ୍ରେନେଜ୍‌, ଜବରଦଖଲ, ଆଲୋକୀକରଣ ଇତ୍ୟାଦି କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଅବସ୍ଥାରେ ସୁଧାର ଆସି ନ ଥିବା ଅଭିଯୋଗ ହୋଇଛି। ପଟ୍ଟାମୁଣ୍ଡାଇ ରାସ୍ତା ଦେଇ ପ୍ରତ୍ୟହ ଶତାଧିକ ପର୍ଯ୍ୟଟକ ଭିତରକନିକା ଜାତୀୟ ଉଦ୍ୟାନ ବୁଲିବା ପାଇଁ ଆସିଥାନ୍ତି। ବହୁ ପର୍ଯ୍ୟଟକ ଖାଲଖମାରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ନଜିର ରହିଛି। ଡ୍ରେନ୍‌ ଉପରେ ସ୍ଲାପ୍‌ ନ ଥିବାରୁ ବହୁ ସମୟରେ ଛୋଟପିଲା, ବାଇକ୍‌ ଚାଳକ ଓ ପଶୁ ନଳା ଭିତରେ ଗଳି ପଡୁଛନ୍ତି। ରାଜ୍ୟ ରାଜକୋଷର ଯେତିକି ଅର୍ଥ ଖର୍ଚ୍ଚ ହେଉଛି ଯଦି ସ୍ଥାନୀୟ ଅଞ୍ଚଳରେ ବିନିଯୋଗ ହୁଅନ୍ତା ତେବେ ଅନେକ ସୁଧାର ଆସିପାରନ୍ତା। ଗତ ୩ ବର୍ଷରେ ହୋଇଥିବା ହେର୍‌ଫେରର ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ସମ୍ପଦ ସ୍ବାଇଁଙ୍କୁ ପଚାରିବାରେ ରାସ୍ତାଘାଟ ଅଳ୍ପବହୁତ ଖରାପ ଅଛି। ୭ ଦିନ ଭିତରେ ଆଲୋକୀକରଣ ଓ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ଜେନାଙ୍କୁ ମିଳିଲା ବଡ଼ ପଦବୀ

ଭୁବନେଶ୍ୱର,୨୮।୩: ପୁଣି ଫେରିଲେ ବରିଷ୍ଠ ଆଇଏଏସ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ପ୍ରଦୀପଙ୍କୁ ମିଳିଛି ନୂଆ ଦାୟିତ୍ୱ। ରାଜ୍ୟ ସରକାର ପ୍ରଦୀପ...

ରାଉରକେଲାରେ ପୁଣି ଫୁଟିଲା ଗୁଳି: ଯୁବକଙ୍କୁ ଗୋଡ଼ାଇ ଗୋଡାଇ ହୋଟେଲରେ ପଶିଲେ, ଭୁଜାଲିରେ ହାଣିଲେ…

ରାଉରକେଲା,୨୮l୩(ସଂଗୀତା ଜେନା): ରାଉରକେଲାରେ ପୁଣି ଗୁଳିକାଣ୍ଡ। ଗତ ମାସ ୪ ନଂ ସେକ୍ଟରରେ ଘଟିଥିବା ଗୁଳିକାଣ୍ଡ ଲୋକଙ୍କ ମନରୁ ଯାଇ ନ ଥିବା ବେଳେ ଗୁରୁବାର...

ଭିଜିଲାନ୍ସ ଜାଲରେ ସିନିୟର କ୍ଲର୍କ

ଅନୁଗୋଳ,୨୮।୩: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସତ୍ୟପ୍ରିୟ...

ଗାଁ ଗାଁରେ ପୁଷ୍ଟିସାର ଖାଦ୍ୟ ଖାଇବା ଲାଗି ସଚେତନତା, ତାଲିମ ପାଉଛନ୍ତି ଅଙ୍ଗନଓ୍ବାଡି-ଓ୍ବାର୍ଡ ସଭ୍ୟାସଭ୍ୟ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ): ରାଜ୍ୟରେ ଅପପୁଷ୍ଟି ରୋକିବା ସହ ସାଧାରଣ ଲୋକ କିଭଳି ସୁସ୍ଥ ଜୀବନଯାପନ କରିପାରିବେ ସେନେଇ ରାଜ୍ୟସରକାର ପ୍ରୟାସ ଜୋରଦାର କରିଛନ୍ତି।...

ଜାତୀୟ ସ୍କଚ ଆୱାର୍ଡ-୨୦୨୫ ପାଇବାକୁ ଗଞ୍ଜାମ ଜିଲା ମନୋନୀତ

ଛତ୍ରପୁର,୨୮ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଅଭିନବ ନିରୀକ୍ଷଣ କାର୍ଯ୍ୟକ୍ରମରେ ଗର୍ଭବତୀଙ୍କ ସୁରକ୍ଷା ଓ ଠିକ ସମୟରେ ସ୍ବାସ୍ଥ୍ୟସେବା ଯୋଗାଇଥିବାରୁ ଜାତୀୟ ସ୍କଚ ଆୱାର୍ଡ-୨୦୨୫ ପାଇବାକୁ ମନୋନୀତ...

ଟାସ୍କଫୋର୍ସ କମିଟି ବୈଠକ: ବାଲ୍ୟ ବିବାହ ରୋକିବା ଓ ଶିଶୁ ସୁରକ୍ଷାକୁ ଗୁରୁତ୍ୱ

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ଶିଶୁ ସୁରକ୍ଷା ୟୁନିଟ ଆନକୁଲ୍ୟରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବାଲ୍ୟବିବାହ ରୋକିବା ପାଇଁ ଜିଲା ଟାସ୍କଫୋର୍ସ କମିଟିର ସମସ୍ତ ସଦସ୍ୟଙ୍କୁ...

ବଡ଼ ଘୋଷଣା, ଏହିଦିନ ପ୍ରକାଶ ପାଇବ +୨ ରେଜଲ୍ଟ

ଭୁବନେଶ୍ୱର,୨୮।୩: ମେ’ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏନେଇ ବଡ଼ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।...

ଗଞ୍ଜାମରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ

ବୁଗୁଡ଼ା,୨୮।୩(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଳକ ଅଧୀନ ପୋଚାଲୁଣ୍ଡି ଏବଂ ଭାମଶ୍ୟାଳି ଗ୍ରାମରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଯାତ୍ରାର ପ୍ରଥମ ଦିନରେ ଦଣ୍ଡ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image