ନେତ୍‌ନ୍ୟାହୁଙ୍କ ବିରୋଧରେ ବିଶାଳ ବିକ୍ଷୋଭ

ତେଲ୍‌ଭି, ୯।୧: ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତ୍‌ନ୍ୟାହୁଙ୍କ ନୂଆ ସରକାର ବିରୋଧରେ ଆନ୍ଦୋଳନ ମୁଣ୍ଡ ଟେକିଛି। ନଭେମ୍ବର ୧ ନିର୍ବାଚନରେ ନେତନ୍ୟାହୁ କ୍ଷମତାକୁ ଫେରିଥିବାବେଳେ ଅତିରକ୍ଷଣଶୀଳ ଇହୁଦି ଦଳଗୁଡ଼ିକର ସମର୍ଥନ କ୍ରମେ ଗତମାସରେ ମେଣ୍ଟ ସରକାର ଗଢ଼ିଛନ୍ତି। ସେହି ଦଳଗୁଡ଼ିକର କେତେଜଣ ନେତା ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।

ସରକାରଙ୍କ ଦକ୍ଷିଣପନ୍ଥୀ ରକ୍ଷଣଶୀଳ ଆଭିମୁଖ୍ୟକୁ ବିରୋଧ କରି ତେଲ୍‌ ଆଭିଭ୍‌ରେ ଅନେକ ହଜାର ଇସ୍ରାଏଲ ନାଗରିକ ନେତନ୍ୟାହୁଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଛନ୍ତି। ଫାସିବାଦୀ ସରକାର ଗଣତନ୍ତ୍ରକୁ ବିପଦରେ ପକାଇ ଦେଇଛନ୍ତି। ଆପରାଧିକ ପୃଷ୍ଠଭୂମିର ମନ୍ତ୍ରୀମାନଙ୍କୁ ତୁରନ୍ତ ବରଖାସ୍ତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ପ୍ରକାଶ ଯେ, ୭୩ ବର୍ଷୀୟ ନେତନ୍ୟାହୁ ୧୯୯୬-୯୯ ଓ ୨୦୦୯-୨୧ ପର୍ଯ୍ୟନ୍ତ ୨ଥର ପ୍ରଧାନମନ୍ତ୍ରୀ ହେବାସହ ଇସ୍ରାଏଲ୍‌କୁ ସର୍ବାଧିକ ସମୟ ଧରି ଶାସନ କରିଥିଲେ। ତାଙ୍କ ବିରୋଧରେ ଅନେକ ଦୁର୍ନୀତି ମାମଲା କୋର୍ଟରେ ବିଚାରାଧୀନ ରହିଛି।

 

Share