କାଟାଲାନ୍‌ ବିଦ୍ରୋହୀଙ୍କୁ କ୍ଷମାଦାନ ପ୍ରତିବାଦରେ ସ୍ପେନ୍‌ରେ ବିଶାଳ ବିକ୍ଷୋଭ

ମାଡ୍ରିଡ୍‌,୧୪ା୧୧: ୨୦୧୭ରେ ଗଣଭୋଟ ଜରିଆରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ସ୍ବାଧୀନ ରାଷ୍ଟ୍ର ଗଠନ ଉଦ୍ୟମ କରି ବିଫଳ ହୋଇଥିବା କାଟାଲାନ୍‌ ବିଚ୍ଛିନ୍ନତାବାଦୀମାନଙ୍କୁ କ୍ଷମାଦାନ ପାଇଁ ସ୍ପେନ୍‌ର ସୋସିଆଲିଷ୍ଟ ସରକାର ନିଷ୍ପତ୍ତି ନେଇଥିବାରୁ ଏହାକୁ ବିରୋଧ କରି ଦକ୍ଷିଣପନ୍ଥୀ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ରବିବାର ଦେଶବ୍ୟାପୀ ବିଶାଳ ରାଲିର ଆୟୋଜନ କରାଯାଇଥିଲା। ଏଥିରେ ଲକ୍ଷ ଲକ୍ଷ ସ୍ପେନ୍‌ ବାସିନ୍ଦା ଯୋଗଦେଇଥିଲେ। ଦେଶରେ ରାଜନୈତିକ ମତଭେଦ ଜୋର୍‌ ଧରିଥିବାବେଳେ ନୂଆ ସରକାର ଗଠନ ପାଇଁ ପ୍ରଧାନମନ୍ତ୍ରୀ ପେଡ୍ରୋ ସାନ୍‌ଚେଜ୍‌ ସମର୍ଥନ ଯୋଗାଡ଼ କରିବା ସକାଶେ ବିଚ୍ଛିନ୍ନତାବାଦୀମାନଙ୍କୁ କ୍ଷମାଦାନ ପାଇଁ ପ୍ରସ୍ତାବ ଦେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତିକୁ ନେଇ ଦକ୍ଷିଣପନ୍ଥୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ସ୍ବାଧୀନ ରାଷ୍ଟ୍ର ଗଠନ ପାଇଁ ଉଦ୍ୟମ ଚଳାଇଥିବା ବିଦ୍ରୋହୀଙ୍କୁ କ୍ଷମା ଦେବାକୁ ସେମାନେ ଗ୍ରହଣ କରିପାରୁ ନାହାନ୍ତି। ଏହା ଆଇନର ଶାସନ ପ୍ରତି ଆକ୍ରମଣ ବୋଲି ସେମାନେ କହିଥିବାବେଳେ ଦେଶରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଦେଶର ୫୨ଟି ବୃହତ୍‌ ସହରରେ ବିକ୍ଷୋଭକାରୀମାନେ ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦ ଜଣାଇଛନ୍ତି। ରକ୍ଷଣଶୀଳ ମୁଖ୍ୟ ବିରୋଧୀ ଦଳ ପପୁଲାର ପାର୍ଟି ଓ ଏହାର ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ବିକ୍ଷୋଭ ଡାକରା ଦିଆଯାଇଥିଲା। ନୂଆ ନିର୍ବାଚନ ନ ହେବା ପର୍ଯ୍ୟନ୍ତ ଆମେ ଚୁପ୍‌ ବସିବୁ ନାହିଁ ବୋଲି ପପୁଲାର ପାର୍ଟି ନେତା ଆଲବେଟ୍ରୋ ନୁନେଜ୍‌ ଫେଇଜୁ ମାଡ୍ରିଡ୍‌ଠାରେ ଉଦ୍‌ବୋଧନ ଦେଇ କହିଛନ୍ତି। ଗତ ଜୁଲାଇରେ ହୋଇଥିବା ନିର୍ବାଚନରେ ଫେଇଜୁଙ୍କ ଦଳ ପ୍ରଥମ ସ୍ଥାନରେ ରହିଥିଲେ ମଧ୍ୟ ପାର୍ଲାମେଣ୍ଟରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନ ଥିଲା। ଫଳରେ ସାନ୍‌ଚେଜ୍‌ ସରକାର ଗଢ଼ିବା ପାଇଁ କ୍ଷମାଦାନକୁ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା

ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।...

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା...

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି...

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ...

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri