ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ, ୨୯ ଓଏଏସଙ୍କୁ ବଦଳି

ଭୁବନେଶ୍ୱର,୧୭।୮: OAS ସ୍ତରରେ ବଡ଼ ଧରଣର ଅଦଳବଦଳ । ୨୯ ଜଣ ଓଏଏସଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜସ୍ବ ବିଭାଗରେ ଏହି ବଡ଼ ଧରଣର ଅଦଳବଦଳ ହୋଇଛି । କିଛି ତହସିଲଦାରଙ୍କ ସହ ମୋଟ ୨୯ ଓଏଏସ ଅଫିସରଙ୍କ ବଦଳି ହୋଇଛି ।

ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଓଏଏସ୍ ରୋଶନ ଶତପଥୀଙ୍କୁ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଓଏସଡି ଭାବେ ବଦଳି କରାଯାଇଛି । ମହିଳା ଓ ଶିଶୁବିକାଶ ବିଭାଗର ଅନୁସଚିତ ଜନ୍ମେଜୟ ସାହୁଙ୍କୁ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ବିଭାଗର ମନ୍ତ୍ରୀ ରବି ନାଏକଙ୍କ ଓଏସଡି ଭାବେ ବଦଳି ହୋଇଛି । ସେହିପରି ଅନ୍ୟ ଓଏଏସ୍ ଅଫିସରମାନଙ୍କୁ ବିଭିନ୍ନ ସ୍ଥାନରେ ବିଡିଓ ଓ ତହସିଲଦାର ଭାବେ ବଦଳି ହୋଇଛି । ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଛି ।

Share