ଜୁସ୍‌ ଦୋକାନ ଚଳାଉଥିବା ୨୪ ବର୍ଷୀୟ ଯୁବକ ଜିତିଲେ ‘ମାଷ୍ଟରଶେଫ୍‌ ଇଣ୍ଡିଆ-୮’

ବମ୍ବେ: ଟେଲି ପରଦାର ଚର୍ଚ୍ଚିତ ଶୋ’ ‘ମାଷ୍ଟରଶେଫ ଇଣ୍ଡିଆ’ର ୮ମ ସଂସ୍କରଣ ଶେଷ ହୋଇଛି। ସମସ୍ତଙ୍କୁ ଚମକାଇ ମାଙ୍ଗାଲୋରର ୨୪ ବର୍ଷୀୟ ମହମ୍ମଦ ଆଶିକ୍‌ ବିଜେତା ହୋଇଛନ୍ତି। ସେ ଏହାର ୭ମ ସିଜନରେ ପ୍ରତିଯୋଗୀ ଦୌଡ଼ରେ ଥିଲେ ହେଁ ବାଦ୍‌ ପଡ଼ିଥିଲେ। ମାତ୍ର ଏବେ ତାଙ୍କ ସ୍ବପ୍ନ ପୂରଣ ହୋଇଛି। ଶୋ’ର ବିଜେତା ହେବା ଯୋଗୁ ତାଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ମିଳିଛି।

ତେବେ ମାଷ୍ଟରସେଫ ପ୍ରତିଯୋଗୀ ହେବା ପୂର୍ବରୁ ମହମ୍ମଦ ଆଶିକ୍‌ ଏକ ଜୁସ୍‌ ଦୋକାନ ଚଳାଉଥିଲେ। ଏବେ ସେ ବିଜେତା ହେବା ପରେ ଖୁସିରେ ଆତ୍ମହରା ହୋଇଛନ୍ତି। ଶୋ’ରୁ ତାଙ୍କୁ ଅନେକ କିଛି ଶିଖିବାକୁ ମିଳିଛି। ଏହି ଯାତ୍ରା ଲାଗି ସେ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଦେବେ ବୋଲି କହିଛନ୍ତି।

Share