Categories: ଜାତୀୟ

ପ୍ରୟାଗରାଜ ହିଂସା ମାମଲାରେ ଜେଲ ଗଲେ ୬୪ ଅଭିଯୁକ୍ତ, ମୁଖ୍ୟ ଅଭିଯୁକ୍ତଙ୍କ ଘର ଉପରେ ଚାଲିପାରେ ବୁଲଡୋଜର

ନୂଆଦିଲ୍ଲୀ,୧୨ ।୬: ପ୍ରଫେଟ ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣି ଦେବା ମାମଲାରେ ଶୁକ୍ରବାରର ନମାଜ ପରେ ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ହିଂସା ବ୍ୟାପିଛି । ପ୍ରୟାଗରାଜ ସହର ଏଥିରୁ ବାଦ ଯାଇନାହିଁ । ତେବେ ପୋଲିସର ଆକ୍ସନ ପରେ ମାଷ୍ଟରମାଇଣ୍ଡ ସମେତ ୬୪ ଅଭିଯୁକ୍ତଙ୍କୁ ଜେଲ ପଠାଇ ଦିଆଯାଇଛି । ତାଜା ସୂଚନା ଅନୁଯାୟୀ, ଏହି ଘଟଣାର ମାଷ୍ଟରମାଇଣ୍ଡ ମହମ୍ମଦ ଜାଭଦେ ଓରଫ ଜାଭେଦ ପପଙ୍କ ଘର ଉପରେ ରବିବାର ବୁଲଡୋଜର ଚାଲିପାରେ ।
ସୂଚନା ମୁତାବକ ଜାଭେଦ ପପଙ୍କ ଘରେ ନୋଟିସ ଲଗାଇ ଦିଆଯାଇଛି । ଯେଉଁଥିରେ ରବିବାର ସକାଳ ୧୧ଟା ସୁଦ୍ଧା ଘର ଖାଲି କରିବାକୁ କୁହାଯାଇଛି । ଅନୁମାନ କରାଯାଉଛି କି ରବିବାର ସକାଳ ୧୧ଟା ସୁଦ୍ଧା ଜାଭେଦଙ୍କ ଘର ଉପରେ ବୁଲଡୋଜର ଚଲାଯାଇପାରେ । ଜଭେଦଙ୍କ ପତ୍ନୀ ପରବିନ ଫାତମା ଓ ଝିଅ ସୁମୈୟା ଫାତମାଙ୍କୁ ବି ପୋଲିସ ଅଟକ ରଖିଥିଲା । ପୋଲିସ ଅନୁମାନ କରିଥିଲା କି ଏମାନେ ବି ହିଂସାରେ ସାମିଲ ଥିଲେ । ସେଥିପାଇଁ ଏମାନଙ୍କୁ ପଚରା ଉଚରା କରାଯାଉଥିଲା । ଜେଲ ଯାଇଥିବା ୬୪ ଅପରାଧିଙ୍କ ବ୍ୟତୀତ ୪ ନାବାଳକଙ୍କୁ ପଥରମାଡ ଘଟଣାରେ ବାଲ ସୁଧାର ଗୃହକୁ ପଠାଇ ଦିଆଯାଇଛି ।

Share