ମହାପ୍ରଭୁଙ୍କ ଜମି ହାତେଇବାକୁ ମସୁଧା

ପୁରୀ ଅଫିସ, ୧୫।୯: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ୬୦ ହଜାର ଏକରରୁ ଊର୍ଦ୍ଧ୍ୱ ଜମି ରହିଛି। ଏହି ଜମି କେବଳ ପୁରୀ କିମ୍ବା ଓଡ଼ିଶାରେ ନୁହେଁ ବାହାର ରାଜ୍ୟରେ ବି ଅଛି। କିନ୍ତୁ ପରିତାପର ବିଷୟ ହଜାର ହଜାର ଏକର ଜମି ଉପରେ ଶ୍ରୀମନ୍ଦିର ପ୍ରଶାସନର ନିୟନ୍ତ୍ରଣ ନାହିିଁ। ଫଳରେ ୨୫ ହଜାର ଏକରରୁ ଊର୍ଦ୍ଧ୍ୱ ଜମି ଏବେ ଜବରଦଖଲକୁ ଚାଲିଯାଇଛି। ଅନ୍ୟପକ୍ଷରେ ଏବେ ବି କେତେଜଣ ବ୍ୟକ୍ତି ମହାପ୍ରଭୁଙ୍କ ଚାଷଜମି ଲିଜ୍‌ ନେବା ପାଇଁ ମସୁଧା ଚଳାଇଛନ୍ତି। ପିପିଲି ତହସିଲ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ମାଟିଆସାହି ମୌଜାରେ ଥିବା ଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ୯୦ ଏକର ଚାଷଜମି ଉପରେ ଜମି ମାଫିଆଙ୍କ ନଜର ପଡ଼ିଛି। ସେମାନେ ଏହି ଜମି ହାତେଇବା ପାଇଁ ଯୋଜନା କରୁଥିବା ସୂଚନା ଅଧିକାର କର୍ମୀ ଦିଲୀପ ବରାଳ ଅଭିଯୋଗ ଆଣିଛନ୍ତି। ତେଣୁ ମହାପ୍ରଭୁଙ୍କ ଚାଷଜମି ଲିଜ୍‌ ଦେବା ଉପରେ ରୋକ୍‌ ଲଗାଇବାକୁ ଅନୁରୋଧ କରି ଦିଲୀପ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଲିଜ୍‌ ଦିଆ ନ ଯାଇ ସଂଶୋଧିତ ୟୁନିଫର୍ମ ପଲିସି ଅନୁଯାୟୀ ଜମି ବିକ୍ରି କରାଯାଉ ବୋଲି ସେ ଚିଠିରେ ଅନୁରୋଧ ଜଣାଇଛନ୍ତି।
ମହାପ୍ରଭୁଙ୍କ ଜମି ବିକ୍ରି ଲାଗି ୟୁନିଫର୍ମ ପଲିସି-୨୦୦୩ ରହିଛି। ୨୦୧୮ ସେପ୍ଟେମ୍ବର ୨୭ରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏହି ପଲିସିରେ କେତେକ ସଂଶୋଧନ କରାଯିବା ସହ ଏକାଧିକ ନିଷ୍ପତ୍ତି ନିଆଯାଇଥିଲା। ୩୦ ବର୍ଷରୁ ଅଧିକ ସମୟ ଧରି ଶ୍ରୀଜଗନ୍ନାଥଙ୍କ ଜମିକୁ ଦଖଲରେ ରଖିଥିବା ବ୍ୟକ୍ତିଙ୍କୁ ପୂର୍ବରୁ ଏକର ପିଛା ୩ ଲକ୍ଷ ଟଙ୍କା ଦେବାକୁ ପଡୁଥିଲା। ଏଣିକି ୬ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ୩୦ ବର୍ଷରୁ କମ୍‌ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଦଖଲରେ ରହିଥିବା ବ୍ୟକ୍ତିଙ୍କୁ ୧ ଏକର ଜମି ପାଇଁ ୪.୫ ଲକ୍ଷ ଟଙ୍କା ଦେବାକୁ ପଡୁଥିଲା। ଏଣିକି ଏହାର ଦୁଇଗୁଣ ଅର୍ଥାତ୍‌ ୯ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ସେହିପରି ୨୦ ବର୍ଷରୁ କମ୍‌ ଏବଂ ୧୨ ବର୍ଷରୁ ଅଧିକ ଦଖଲଦାରଙ୍କୁ ୭.୫ ଲକ୍ଷ ଟଙ୍କା ପରିବର୍ତ୍ତେ ୧୫ଲକ୍ଷ ଟଙ୍କା ଦେବାକୁ ପଡ଼ିିବ। ସମାନ ନୀତିରେ ସଂଶୋଧନ କରାଯାଇ ଏହାକୁ କମିଟି ଅନୁମୋଦନ କରି ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିଲା। ସରକାର ଏହାକୁ ଅନୁମୋଦନ କରିଥିଲେ ବି ଏ ପର୍ଯ୍ୟନ୍ତ ଜମି ବିକ୍ରି କରାଯାଉ ନାହିିଁ। ଅପରପକ୍ଷେ ମହାପ୍ରଭୁଙ୍କ ଜମି ଜବରଦଖଲ ବଢୁଥିବାବେଳେ ଅନେକ ମାଫିଆ ଲିଜ୍‌ରେ ନେବା ଲାଗି ମସୁଧା ଚଳାଇଛନ୍ତି।
ଗତ ଫେବୃୟାରୀରେ ଆଇନମନ୍ତ୍ରୀ ବିଧାନସଭାରେ ରଖିଥିବା ବିବୃତି ଅନୁଯାୟୀ, ଓଡ଼ିଶାର ୨୪ଟି ଜିଲାରେ ମହାପ୍ରଭୁଙ୍କର ୬୦୪୨୬.୯୪୩ ଏକର ଜମି ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୪୮୦୩.୦୧୩ ଏକର ଜମିର ଚୂଡ଼ାନ୍ତ ସ୍ବତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି। ମନ୍ତ୍ରୀଙ୍କ ଏହି ତଥ୍ୟ ପ୍ରଦାନ ପରେ ପ୍ରାୟ ୨୫ ହଜାର ଏକର ଜମିର ହିସାବ ସରକାରଙ୍କ ପାଖରେ ନ ଥିବା ସ୍ପଷ୍ଟ ହୋଇଛି। ସେହିପରି ମହାପ୍ରଭୁଙ୍କ ଜମି ବେଆଇନ ଭାବେ ଜବରଦଖଲ ହୋଇଥିବା ମନ୍ତ୍ରୀ ତଥ୍ୟ ରଖିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କର ହଜାର ହଜାର ଏକର ଚାଷଜମିକୁ ବହୁ ଲୋକ ଦୀର୍ଘବର୍ଷ ହେବ ଚାଷ କରିଆସୁଛନ୍ତି। କିନ୍ତୁ ଏ ବାବଦରେ ଶ୍ରୀମନ୍ଦିର ପ୍ରଶାସନ ଟଙ୍କାଟିଏ ବି ପାଉ ନାହିଁ। ଅପରପକ୍ଷେ ପିପିଲି ତହସିଲ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ମାଟିଆସାହି ମୌଜାରେ ଥିବା ଶ୍ରୀଜଗନ୍ନାଥଙ୍କ ୯୦ ଏକର ଚାଷ ଜମିକୁ ଲିଜ୍‌ରେ ନେବା ପାଇଁ ଜମି ମାଫିଆ ଭିତିରିଆ ଉଦ୍ୟମ ଚଳାଇଛନ୍ତି। ସେମାନେ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସହ ଯୋଗାଯୋଗ କରୁଥିବା ସୂଚନା ଅଧିକାର କର୍ମୀ ଦିଲୀପ କହିଛନ୍ତି। ସେମାନଙ୍କୁ ଜମି ଲିଜ୍‌ ଦିଆ ନ ଯାଇ ସଂଶୋଧିତ ୟୁନିଫର୍ମ ପଲିସି ଅନୁଯାୟୀ ଚାଷ କରୁଥିବା ଚାଷୀଙ୍କୁ ବିକ୍ରି କରାଗଲେ ଶ୍ରୀମନ୍ଦିର ପାଣ୍ଠି ବୃଦ୍ଧି ହେବ ବୋଲି ଦିଲୀପ କହିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ସୂଚନା ଦେଇଛନ୍ତି। ତେବେ ଏ ସମ୍ପର୍କରେ ଶ୍ରୀମନ୍ଦିର ରାଜସ୍ବ ପ୍ରଶାସକ ସୁବ୍ରତ କୁମାର ବେହେରାଙ୍କୁ ପଚାରିବାରେ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି କାହାକୁ ଲିଜ୍‌ ଦେବାର ଯୋଜନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri