ଜମ୍ମୁ, ୧୫।୧୦: ନବରାତ୍ରୀ ଅବସରରେ ମାତା ବୈଷ୍ଣୋଦେବୀ ଶ୍ରାଇନ୍ ବୋର୍ଡ ପକ୍ଷରୁ ଶ୍ରଦ୍ଧାଳୁ ଉପହାର ଦିଆଯାଇଛି। ଶ୍ରାଇନ୍ ପକ୍ଷରୁ ନୂଆ ମୋବାଇଲ୍ ଆପ୍ର ଶୁଭାରମ୍ଭ କରାଯାଇଛି। ଏହି ଆପ୍ ଡାଉନ୍ଲୋଡ୍ କରି ଶ୍ରଦ୍ଧାଳୁ ଘରେ ବସି ମାତାଙ୍କ ଲାଇଭ୍ ଆରତି ଦେଖିପାରିବେ। ଏହା ସହିତ ପ୍ରସାଦ ପାଇଁ ମଧ୍ୟ ବୁକିଂ କରିପାରିବେ। ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଗୁରୁବାର ଏହି ଆପ୍ର ଲୋକାର୍ପଣ କରିଛନ୍ତି। ଶ୍ରାଇନ୍ ବୋର୍ଡ ସିିଇଓ ରମେଶ କୁମାର କହିଛନ୍ତି ଯେ, ଏହି ଆପ୍ ଦ୍ୱାରା ଶ୍ରଦ୍ଧାଳୁ ସକାଳେ ଏବଂ ସନ୍ଧ୍ୟାରେ ମାତାଙ୍କ ଆରତିର ଲାଇଭ୍ ଦେଖିପାରିବେ। ସେହିପରି ଆପ୍ ସହାୟତାରେ ବୈଷ୍ଣୋଦେବୀ ଯାତ୍ରା ଲାଗି ବୁକିଂ ମଧ୍ୟ କରାଯାଇ ପାରିବ ବୋଲି ସେ ସୂଚନା ଦେଇଛନ୍ତି।
Posted inଜାତୀୟ