ୟୁକ୍ରେନ୍ ହସ୍ପିଟାଲ ଉପରେ ରୁଷିଆର ଆକ୍ରମଣକୁ ନିନ୍ଦା

କ୍ୱିଭ୍‌,୧୧ ।୩: ରୁଷିଆ ପଟରୁ ୟୁକ୍ରେନ୍ ଉପରେ ଲଗାତାର ଆକ୍ରମଣ ଜାରି ରହିଛି । ଗୋଟିଏ ଦିନ ପୂର୍ବରୁ ୟୁକ୍ରେନର ଏକ ପ୍ରସୂତି ହସ୍ପିଟାଲରେ ରୁଷିଆ ବୋମା ବର୍ଷଣ କରିବାରୁ ଅଧିକାଂଶ ଗର୍ଭବତୀ ଆହତ ହୋଇଛନ୍ତି । ଏହାସହ ଅଧିକାଂଶ ଶିଶୁ ଭଙ୍ଗା ଘର ତଳେ ଚାପି ହୋଇ ରହିଯାଇଛନ୍ତି । ଡବ୍ଲୁଏଚଓର ଅଧିକାରୀମାନଙ୍କ ସୂଚନା ଅନୁଯାୟୀ, ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭ୍‌ର ପଶ୍ଚିମରେ ଥିବା ଝିତୋମିର ସହରର ଦୁଇଟି ହସ୍ପିଟାଲକୁ ଟାର୍ଗେଟ କରିଥିଲେ । ତେବେ ୧୫ ଦିନର ଯୁଦ୍ଧ ମଧ୍ୟରେ ରୁଷିଆ ବିଭିନ୍ନ ହସ୍ପିଟାଲରେ ପ୍ରାୟ ୧୮ଥର ଆକ୍ରମଣ କରି ସାରିଲାଣି ।
ତେବେ ପ୍ରସୂତି ହସ୍ପିଟାଲରେ ହୋଇଥିବା ଆକ୍ରମଣ ଏତେ ଅଧିକଥିଲା ଯେ ଏହା ପାଖାପାଖି ଏକ ମାଇଲ ପର୍ଯ୍ୟନ୍ତ ମାଟିକୁ ଥରାଇ ଦେଇଥିଲା । ହସ୍ପିଟାଲ ବିଲଡିଂର ଗୋଟିଏ ପଟ କାନ୍ଥ ଭୁଷୁଡି ଯିବା ସହ ଝରକାର କାଚ ଗୁଡିକ ଭାଙ୍ଗି ଯାଇଥିଲା । ଏହି ଘଟଣା ପରେ ୟୁକ୍ରେନର ଶୀର୍ଷ ପୋଲିସ ଅଧିକାରୀ ଭୋଲୋଡିମିର ନିକୁଲିନ କହିଛନ୍ତି ଆଜି ରୁଷିଆ ଏକ ଜଘନ୍ୟ ଅପରାଧ କରିଛି । ଏହା ଏକ ଯୁଦ୍ଧ ଅପରାଧ ଏହାକୁ କୌଣସି ପରିସ୍ଥିତିରେ ଠିକ୍ ବୋଲି କୁହାଯାଇ ପାରିବ ନାହିଁ ।

Share