ସୁଖର ଗାଣିତିକ ପରିପ୍ରକାଶ

ଅନେକ ଖୁସିର ସମାହାର ହିଁ ସୁଖ। ତେବେ ଖୁସି କେବେ ବି ବାହାରୁ ମିଳେ ନାହିଁ। ଉପଲବ୍ଧ ନ ଥାଏ କେଉଁଠି ବାହାରେ। ଖୁସି କେଉଁଠି କିଣା ବି ମିଳେନି। ବିକ୍ରିଯୋଗ୍ୟ ନ ଥାଏ କେବେ। ଏହା ଅନୁଭବର ଅସ୍ମିତା ସୂଚକ। ନିଜ ଭିତରୁ ଖୁସି -ସୁଖ ଅନ୍ବେଷଣ କରାଯାଇପାରେ। ବାହାରେ ଖୋଜିଲେ ଖୁସି୍‌-ସୁଖ ମିଳେନା। ନିଜ ମନରେ, ହୃଦୟରେ ଅନ୍ବେଷଣ କଲେ ହୁଏତ ମିଳିପାରେ ପ୍ରଚୁର ଶାନ୍ତି, ଗଭୀର ଆତ୍ମସନ୍ତୋଷ ଯାହାକି ଖୁସି୍‌- ସୁଖର ପ୍ରକୃତ ସନ୍ଧାନକୁ ହାତପାହାନ୍ତା କରାଇପାରେ। ହଁ, କେବେ କେମିତି କିଏ ହସୁଥିବାର ଦେଖିଲେ ଆପଣା ଓଠରୁ ଆପେ ଧାରେ ହସ ଉକୁଟି ଆସିଥାଏ। ନିଜେ ହସିବା ସହିତ ଅନ୍ୟକୁ ହସାଇବାର ଯଥେଷ୍ଟ ଆବଶ୍ୟକତା ରହିଛି ଆଜିର ଦିନରେ।
ସବୁ ଥାଇ ସୁଖୀ ନ ଥିବା ଲୋକକୁ ଏଠି ଆବିଷ୍କାର କରିବାରେ ବିଚିତ୍ରତା ନ ଥାଏ। ପୁଣି କିଛି ନ ଥାଇ ଅହରହ ହସଖୁସିରେ ଥିବା ଲୋକ ଏଠି ସୁଖୀ ଥିବା ଜଣାଯା’ନ୍ତି। ଦୁଃଖର ପାହାଡ଼ ଉପରେ ଦଣ୍ଡାୟମାନ ଥିବା ଲୋକ ଦୁଃଖକୁ ତିଳେହେଲେ ଖାତିର ନ କରି ସଦାସର୍ବଦା ହସମିଜାଜ୍‌ରେ ରହି ଖୁସିର ପଲଙ୍କରେ ସୁଖନିଦ୍ରା ଯାଆନ୍ତି। ଅନ୍ୟପାଖେ ସୁଖର ଗନ୍ତାଘରେ ନିତି ସହାବସ୍ଥାନ କରୁଥିବା ଲୋକ ଅସଲକୁ ହସଖୁସିରେ ଘଡ଼ିଏ ରହିନପାରି ସୁଖରେ ରହିନପାରିବାର ଆତ୍ମଗ୍ଳାନିରେ ଅହରହ ଜର୍ଜରିତ ଥାଆନ୍ତି। ସୁଖ ଅନୁଭବ ତାଙ୍କ ପାଇଁ ରହିପାରିନଥାଏ ଆକାଂକ୍ଷିତ। ସୁଖର ଅପ୍ରାପ୍ତି ଅସନ୍ତୋଷ ତାଙ୍କଠି ବସା ବାନ୍ଧି ରହିଥାଏ। ପରୋକ୍ଷରେ ସେ ଲଭିଥା’ନ୍ତି ଅଜସ୍ର ଦୁଃଖ।
ଆମେ ଜାଣିଛେ, ଜୀବନ ନଈର ଥାଏ ଦୁଇଟି କୂଳ। ଗୋଟେ ସୁଖ ହେଲେ ଅନ୍ୟଟି ଦୁଃଖ। ଜୀବନ ନଈରେ ଅନେକ ପୁଣି ଆରୋହୀ ଥା’ନ୍ତି ଦୁଃଖର ନାଆରେ। ଏଠି ସୁଖର ନାଆରେ ସାରୀ ହୋଇପାରିନଥାନ୍ତି ଅନେକାନେକ। ବର୍ତ୍ତମାନର ବସ୍ତୁବାଦୀ ଦୁନିଆରେ ଅନେକଙ୍କ ଆଶା ଆକାଂକ୍ଷା ରହିଥାଏ ଆକାଶଛୁଆଁ। ସେସବୁର ପରିପୂରଣ ହୋଇନପାରିବାରୁ ନାହିଁ ନାହିଁ ଭିତରେ ଜୀବନରେ ଜ୍ୱଳନ ରହେ ଅନେକ। ଦୁଃଖର ପାରାବାର ଭିତରେ ଯେମିତି ସୁଖର ଥଳକୂଳ ପାଇପାରନ୍ତିନି ଜମା।
ଆଜିର ଦିନରେ ଯାହାଠି ଯେତେ ସମ୍ପତ୍ତି ଥାଏ, ସେତିକିରେ ସେ ଆଦୌ ସନ୍ତୁଷ୍ଟ ନ ଥାଏ। ସେ ଚାହେଁ ତା’ର ଭଣ୍ଡାର ଆହୁରି ଭରି ହେଉ। ଭରି ହେବା ପାଇଁ ତା’ର ଭଣ୍ଡାରରେ ଯେମିତି ଅନେକ ସ୍ଥାନ ଶୂନ୍ୟ ପଡ଼ିଛି। ତାହା ପୂରଣ ନ ହେବା ଯାଏ ଯେମିତି ଶାନ୍ତି ନାହିଁ ମନରେ କି ହୃଦୟରେ। ଉପରମୁହାଁ ଉପରକୁ କେବଳ ଚାହିଁ ରହୁଛି। ତା’ ତଳେ କେତେ ଅଭାବୀ ଜୀବନ ବିତାଉଛନ୍ତି ସେ ଆଡ଼କୁ ଯେମିତି ଜମା ନିଘା ନଜର ନାହିଁ। ସେ ତଳକୁ କାହିଁକି ଚାହିଁବେ। ଉପରକୁ ଚାହିଁ ରହିଲେ ସିନା ଉପରବାଲାଙ୍କ ସହିତ ସମକକ୍ଷ ହେବାର ନିରନ୍ତର ଚେଷ୍ଟାରେ ରହି ଯେବେହେଲେ ବି ଅଚଳାଚଳ ଧନସମ୍ପତ୍ତିର ମାଲିକ ହେବେ। ଏବେ ଲକ୍ଷପତି ହେବା ତ ସହଜ। ଯେଣୁ ଦରମା ଛୁଇଁଲାଣି ଲକ୍ଷକୁ, ଲକ୍ଷ ପାଖାପାଖିକୁ, ଏବେ କୋଟିପତି ହେବାରେ ବଳୁଚି ମନ। କୋଟିପତିଙ୍କ ତାଲିକା ବି ଲମ୍ବା ହୋଇଚାଲିଛି। ଦୁଃଖୀଙ୍କ ତାଲିକା ସେମିତି ବଢୁଛି। ମଣିଷ ଯାହା ବୁଝିନି କି ବୁଝୁନି, ସମ୍ପତ୍ତି କେବେ ବି କାହାକୁ ବାସ୍ତବ ସୁଖ ଦେଇପାରେ ନାହିଁ କି ଦେଇପାରିନି। ତଥାପି ସମ୍ପତ୍ତି ମରୀଚିକା ପଛରେ ଧାଇଁବାରୁ ନିଜକୁ ନିବୃତ୍ତ କରିପାରୁନି ମଣିଷ।
ମଣିଷଠି ଆଉ ଗୋଟେ ଅଭାବବୋଧ ଏବେ ବେଶି ପରିଲକ୍ଷିତ ହେଉଛି। ମଣିଷ ଆଉ ଅଧ୍ୟIତ୍ମବାଦୀ ହେଉ ନାହିଁ। କୌଣସି କଥା -କାମରେ ବିଭୁ ଚିନ୍ତନ ରହୁ ନାହିଁ। ହୁଏତ ଈଶ୍ବରବିଶ୍ୱାସ ବଳରେ ଅନୀତି ଅର୍ଜନରେ ରହନ୍ତା ନାହିଁ। ସମସ୍ତ କର୍ମ ବିଭୁ ସମର୍ପିତ ରହିଲେ ମାନସିକ ଶାନ୍ତି ଅନ୍ତତଃ ହାତପାହାନ୍ତା ହୁଅନ୍ତା। ଆଜିର ଦିନରେ ସୁସ୍ଥ ରହିବା ପାଇଁ ଅଧ୍ୟIତ୍ମ ସ୍ବାସ୍ଥ୍ୟର ଯଥେଷ୍ଟ ଆବଶ୍ୟକତା ରହିଛି। ବସ୍ତୁବାଦୀ ଆବଶ୍ୟକତା ଯେତେ କମ୍‌ ରହିବ, ମାନସିକ ସ୍ବାସ୍ଥ୍ୟ ସେତେ ଅଧିକ ଭଲ ରହିବ। ତେବେ ସୁଖ ହାସଲ ପାଇଁ ଅସଲ ସାଧନ ହେଉଛି ଦୁଃଖ କମ୍‌ ଅନୁଭବ କରିବା, ଅଭାବବୋଧକୁ ଅଭାବ ଭାବିବା ନାହିଁ ଜମା। ଜ୍ଞାତି କୁଟୁମ୍ବଙ୍କ ଶତ୍ରୁତାରେ ବ୍ୟତିବ୍ୟସ୍ତ ହେବା ନାହିଁ। ମୋଟାମୋଟି ଭାବେ ଦୁଃଖ ଯେତେ କମ୍‌ ରହିବ, ସେତେ ସୁଖ ଅନୁଭବ ହେଇଆସିବ। କିଛି ଥାଉ ନ ଥାଉ ଖୁସି ରହିବା ଓଠରେ ହସ ରଖି। ହସୁରା ମୁହଁ ଦେଖି ତ କିଏ ହସି ଦେବ ଟିକେ। ହସ ମୁହଁରେ ଲାଖି ରହିଲେ ମୁହଁ ସୁନ୍ଦର ବି ଦେଖାଯିବ। ଅତଏବ ହସ ଖୁସି ହିଁ ଆଣିଦିଏ ସୁଖ। ଆସନ୍ତୁ ହସଖୁସିରେ ରହିବା। ସୁଖ ଅନୁଭବ କରିବା। ଖୁସି ରହିଲେ ସୁଖ ପାଇବା। ଏଣୁ, ଯଥାର୍ଥରେ କୁହାଯାଇପାରେ ଅନେକ ଖୁସିର ଯଥାର୍ଥ ସମାହାର ହିଁ ସୁଖ। ଗାଣିତିକ ଭାଷାରେ ଖୁସି+ଖୁସି+…= ସୁଖ।
ବଉଦରାଜ, ବୌଦ୍ଧ
ମୋ: ୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

ହଉ କିଛି ନୂଆ

ରାଜନୈତିକ ଦୃଷ୍ଟିକୋଣରୁ ୨୦୨୪ ଓଡ଼ିଶା ପାଇଁ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ। ବିଜୁ ଜନତା ଦଳ(ବିଜେଡି)ର ୨୪ ବର୍ଷ ଶାସନର ଅବସାନ ଘଟିଥିଲା। ଲୋକଙ୍କର ଏକ...

ଯାତ୍ରା ସମ୍ପର୍କରେ

ଶ୍ରଦ୍ଧାଙ୍କର ପୁଅ ଦାସିଆ ଓ ତା’ର ସାଙ୍ଗ ସାଲବେଗ ଦିନେ ଶ୍ରଦ୍ଧାଙ୍କୁ ପଚାରିଲେ ଏତେ ପ୍ରକାରର ଯାତ୍ରା କ’ଣ? ହିନ୍ଦୁ ଧର୍ମରେ ବାର ମାସରେ ତେର...

ପୁଣି ଚାଷକ୍ଷେତକୁ ଫେରିବା

ସାଧାରଣତଃ ଆମେ ଯେବେ କୃଷିର କଥା କହୁ, ସେବେ ଗୋଟେ ରାଷ୍ଟ୍ର ବା ରାଜ୍ୟର ଅର୍ଥନୀତି କଥା ଆଗକୁ ଆସେ। ଆମେ ସବୁବେଳେ ଗୋଟେ କଥା...

ପିତୃତ୍ୱ: ଏକ ଆହ୍ବାନ

ମନୁ ସଂହିତାରେ ଉଲ୍ଲେଖ ଅଛି ‘ଉପାଧ୍ୟାୟାତ୍‌ ଦଶାଚାର୍ଯ୍ୟଃ ଆଚାର୍ଯ୍ୟାଣାଂ ଶତଂ ପିତା’ ଅର୍ଥାତ୍‌ ଉପାଧ୍ୟାୟଠାରୁ ଆଚାର୍ଯ୍ୟ ଦଶଗୁଣ ଓ ଆଚାର୍ଯ୍ୟଠାରୁ ପିତା ଶହେ ଗୁଣ ବଡ଼।...

ଏଇ ଭାରତରେ

ପ୍ରାଣୀସେବା ମହତ୍‌ କାର୍ଯ୍ୟ, ଏହା ମର୍ମେମର୍ମେ ଉପଲବ୍ଧି କରିଛନ୍ତି ବେଙ୍ଗାଲୁରୁର ହରିଶ୍‌ ଅଲି। ସେ ଜଣେ ବ୍ୟବସାୟୀ । ହରିଶ୍‌ ବେଙ୍ଗାଲୁରୁ ସହରରୁ ଆହତ, ରୋଗଗ୍ରସ୍ତ...

ମତିଭ୍ରମ

ହାଲ୍ୟୁସିନେସନ୍‌ ବା ମାୟା ବା ମତିଭ୍ରମ ହେଉଛି ଏକ ସ୍ନାୟୁଗତ ଅନୁଭବ। କିଛି ମାୟା ସାଧାରଣ ଯାହା କି ଅର୍ଦ୍ଧଚେତନ ଅବସ୍ଥାରେ ଅନୁଭବ କରାଯାଇଥାଏ। କିନ୍ତୁ...

କାର୍ଯ୍ୟପାଳିକା ଓ ବ୍ୟବସ୍ଥାପକ

ଆମ ଶାସନ ଅନୁସାରେ କାର୍ଯ୍ୟପାଳିକା, ବ୍ୟବସ୍ଥାପକ ଓ ନ୍ୟାୟପାଳିକା ଗୋଟିଏ ଗୋଟିଏ ସୁଦୃଢ଼ ସ୍ତମ୍ଭ। ବ୍ୟବସ୍ଥାପକ ବା ବିଧାୟକ ଓ ସାଂସଦମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ...

ବାଘ ଆଣନାହିଁ

ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରୁ ଶିମିଳିପାଳ ଜଙ୍ଗଲକୁ ଅଣାଯାଇଥିବା ବାଘୁଣୀ ଜିନ୍ନତକୁ ନେଇ ଓଡ଼ିଶା ବନ ବିଭାଗ ଖୁବ୍‌ ନୟାନ୍ତ ହେଲାଣି। ୬୨୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri