Categories: ଫୁରସତ

ଗଣିତଜ୍ଞ ରାମାନୁଜନ

୨୦୧୨ରେ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ୧୨୫ ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଏକ ଡାକ ଟିକେଟ ଉନ୍ମୋଚନ କରାଯାଇଥିଲା। ଏହା ସହ ଭାରତ ସରକାର ୨୨ ଡିସେମ୍ବରକୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ରାମାନୁଜନଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ପାଇଁ ୨୬ ଡିସେମ୍ବର ୨୦୧୧ରେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏହା ଘୋଷଣା କରିଥିଲେ। ଏହି ଅବସରରେ ମନମୋହନ ସିଂ ମଧ୍ୟ ଘୋଷଣା କରିଥିଲେ ଯେ ୨୦୧୨କୁ ଜାତୀୟ ଗଣିତ ବର୍ଷ ଭାବରେ ପାଳନ କରାଯିବ।
ସେହିଦିନଠାରୁ ଭାରତର ଜାତୀୟ ଗଣିତ ଦିବସ ପ୍ରତିବର୍ଷ ୨୨ ଡିସେମ୍ବରରେ ଦେଶର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥାଏ। ରାମାନୁଜନ ୧୮୮୭ ଡିସେମ୍ବର ୨୨ରେ ତାମିଲନାଡୁର ଇରୋଡ୍‌ରେ ଜନ୍ମଗ୍ରହଣ କରିଥିଲେ। ୧୯୨୦ ଏପ୍ରିଲ ୨୬ରେ କୁମ୍ବକୋନମରେ ତାଙ୍କର ପରଲୋକ ଘଟିଥିଲା।

Share