Categories: ଜାତୀୟ

ମଥୁରାରେ କଡା ସୁରକ୍ଷା ବ୍ୟବସ୍ଥା: ସିସିଟିଭି, ଡ୍ରୋନ୍ ଦ୍ୱାରା ରଖାଯାଇଛି ନଜର

ମଥୁରା,୬ ।୧୨: ସୋମବାର ସକାଳୁ ମଥୁରାବାସୀଙ୍କ ନିଦ ଭାଙ୍ଗିବା ବେଳକୁ ସେମାନେ ତାଙ୍କ ସହରକୁ ଏକ କିଲା ଭାବେ ଦେଖିବାକୁ ପାଇଛନ୍ତି । ବିଶେଷକରି କୃଷ୍ଣ ଜନ୍ମଭୂମୀ ମନ୍ଦିର ନିକଟରେ ଥିବା ଲୋକେ କଡା ସୁରକ୍ଷା ବ୍ୟବସ୍ଥାକୁ ଆଖିଖୋଲି ଦେଖିଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସ୍ଥାନୀୟ ପ୍ରଶାସନ କଟଣା କୋବ ଦେବାଞ୍ଚଳରେ ୩ ଲେୟାର ବାଲା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଇଏ ହେଉଛି ସେହି ଅଞ୍ଚଳ ଯେଉଁଟି ମଥୁରା ସାହି ଇଦଗାହ ମସଜିଦକୁ ନେଇ ବିବାଦ ଲାଗି ରହିଛି । ସୂଚନାଯୋଗ୍ୟ, ଅଯୋଧ୍ୟରେ ରାମ ଜନ୍ମଭୂମୀ, ବାବରି ମସଜିଦକୁ ନେଇ ସଦଭାବ ବିଗିଡି ନ ଥିବା ବେଳେ ଏଥର କିନ୍ତୁ କିଛି ଦକ୍ଷିଣପନ୍ଥୀ ସଙ୍ଗଠନ ପକ୍ଷରୁ ଧମକ ଦିଆଯାଇଛି କି ମସଜିଦ ମଧ୍ୟରେ ହିନ୍ଦୁ ରିତିନୀତିରେ ପୂଜା କରାଯିବ । ଏହାକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସହରକୁ ଯୋଡୁଥିବା ସମସ୍ତ ନ୍ୟାଶନାଲ ଓ ଷ୍ଟେଟ ହାଇୱେରେ ପୋଲିସ ବାରିକେଡ କରାଯାଇଛି । ମନ୍ଦିର-ମସଜିଦ ପଛରେ ଯାଉଥିବା ରେଲୱେ ଟ୍ରାକକୁ ବନ୍ଦ ବି କରାଯାଇଛି । ଏହାସହ ସେଠାରେ ୧୪୪ ଧାରା ଜାରି କରାଯାଇଛି ।

Share