Categories: ଜାତୀୟ

ଚଳନ୍ତା କାରରେ ବଳାତ୍କାର

ମଥୁରା,୨୫।୧୧: ଚଳନ୍ତା କାରରେ ୨୧ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଛି। ମଙ୍ଗଳବାର ସବ୍‌-ଇନ୍ସପେକ୍ଟର ପରୀକ୍ଷା ଦେବା ପାଇଁ ପୀଡ଼ିତା ଆଗ୍ରା ଯାଇଥିଲେ। ସେଠାରୁ ଫେରିବା ବାଟରେ ପୀଡ଼ିତାଙ୍କୁ କାରରେ ବଳାତ୍କାର କରାଯାଇଛି ବୋଲି ଏସ୍‌ପି ଶ୍ରୀଶ ଚନ୍ଦ୍ରା କହିଛନ୍ତି।

ବଳାତ୍କାର ପରେ ପୀଡ଼ିତାଙ୍କୁ ମଥୁରାର କୋସି କାଲାନ ଅଞ୍ଚଳରେ ଛାଡ଼ି ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ। ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ ତେଜବୀରଙ୍କୁ ଗୁରୁବାର ଗିରଫ କରିଥିବା ବେଳେ ତାଙ୍କ ସହାୟକ ଦିଗାମ୍ବର ଫେରାର ହୋଇଯାଇଛନ୍ତି। ଉଭୟ ଅଭିଯୁକ୍ତଙ୍କ ଘର ହରିୟାଣର ପାଲଓ୍ବାଲର ମାନପୁର ଗ୍ରାମରେ। ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ଦୁଇଟି ଟିମ୍‌ ଗଠନ କରାଯାଇଛି।

ପୀଡ଼ିତାଙ୍କ ଭାଇ କରିଥିବା ଅଭିଯୋଗକୁ ଆଧାର କରି ଯୁବତୀଙ୍କ ଡାକ୍ତରୀ ମଇନା କରାଯିବା ସହ ତାଙ୍କ ବୟାନ ରେକର୍ଡ କରାଯାଇଛି। ଅପରାଧରେ ବ୍ୟବହୃତ କାର ମଧ୍ୟ ଜବତ କରାଯାଇଥିବା ସେ ସୂଚନା ଦେଇଛନ୍ତି।

Share