Categories: ଜାତୀୟ

ମସ୍‌ଜିଦରେ କୃଷ୍ଣ ମୂର୍ତ୍ତି ସ୍ଥାପନ ଘୋଷଣା ପରେ ମଥୁରାରେ ୧୪୪ ଧାରା

ଆଗ୍ରା,୨୮।୧୧: ଆସନ୍ତା ମାସ ୬ ତାରିଖରେ ଉତ୍ତରପ୍ରଦେଶର ମଥୁରାସ୍ଥିତ ଶାହି ଇଦ୍‌ଗା ମସ୍‌ଜିଦରେ ଭଗବାନ କୃଷ୍ଣଙ୍କ ମୂର୍ତ୍ତି ସ୍ଥାପନ କରାଯିବ ବୋଲି ଏକ ହିନ୍ଦୁ ସଂଗଠନ ଘୋଷଣା କରିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମଥୁରାରେ ୧୪୪ ଧାରା ଜାରି କରାଯାଇଥିବା ଏସ୍‌ଏସ୍‌ପି ଗୌରବ ଗ୍ରୋଭର କହିଛନ୍ତି। ଗୁଜବରେ ସମ୍ପୃକ୍ତ ଥିବା ଏବଂ ସହରର ଶାନ୍ତିପୂର୍ଣ୍ଣ ବାତାବରଣ ନଷ୍ଟ କରିବା ଲାଗି ଉଦ୍ୟମ କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

କୃଷ୍ଣ ଜନ୍ମସ୍ଥାନ ମନ୍ଦିର ନିକଟରେ ଶାହି ଇଦ୍‌ଗା ଅବସ୍ଥିତ। ଡିସେମ୍ବର ୬ରେ ସେଠାକୁ ପଦଯାତ୍ରାରେ ଯିବା ଲାଗି କେତେକ ସଂଗଠନ ଉଦ୍ୟମ କରୁଥିବା ସୂଚନା ମିଳିଛି। ପୋଲିସ ସହ କାର୍ଯ୍ୟ କରିବା ସହ ଆଇନ ଶୃଙ୍ଖଳା ବଜାୟ ରଖିବା ଲାଗି ଏସ୍‌ଏସ୍‌ପି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Share