Advertisement

ଗ୍ରାମବାସୀଙ୍କ ଭରସା ମାଟିରାସ୍ତା

କୁତ୍ରା,୧୯ା୧୧(ଦେବାଶିଷ ସାହୁ)ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ରାସ୍ତା ତିଆରି କରୁଛନ୍ତି। ହେଲେ ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ କଟଙ୍ଗ ବସ୍‌ଷ୍ଟାଣ୍ଡରୁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୧ କିଲୋମିଟର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି। ରାସ୍ତାଟି ସମ୍ପୂର୍ଣ୍ଣ ଖାଲଖମାରେ ଭର୍ତ୍ତି। ଏହା ମାଟି ରାସ୍ତା ହୋଇଥିବାରୁ ବର୍ଷା ଦିନେ ଦୁର୍ଦ୍ଦଶା ଦ୍ୱିଗୁଣିତ ହୋଇଯାଉଛି। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଗ୍ରାମବାସୀ ଆରଆଇ କାର୍ଯ୍ୟାଳୟ ଓ ଶାନ୍ତାଦେବୀ ଉଚ୍ଚ ବିଦ୍ୟାଳୟକୁ କୁନିକୁନି ଛାତ୍ରୀଛାତ୍ରମାନେ ଯିବା ଆସିବା କରିଥାନ୍ତି। ଫଳରେ ସେମାନେ ଅସୁବିଧା ଭୋଗୁଛନ୍ତି। ତେବେ ଏହି ରାସ୍ତାକୁ ପକ୍କା ରାସ୍ତାରେ ପରିଣତ କରିବା ପାଇଁ ଅଞ୍ଚଳବାସୀ ଦୀର୍ଘ ବର୍ଷରୁ ବ୍ଲକ ପ୍ରଶାସନ ଏବଂ ପଞ୍ଚାୟତ କାର୍ଯ୍ୟାଳୟରେ ଦାବି କରି ଆସୁଛନ୍ତି। ହେଲେ କୌଣସି ସୁଫଳ ମିଳୁନାହିଁ। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଖୁବ ଶୀଘ୍ର ଯଦି ଏହି ରାସ୍ତାକୁ ପକ୍କା ରାସ୍ତାରେ ପରିଣତ କରିବା ପାଇଁ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share