ଭୁବନେଶ୍ୱର,୩।୧୨(ବ୍ୟୁରୋ): ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଅଫଲାଇନ୍ରେ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗୁରୁବାର ଏ ନେଇ ସୂଚନା ଦେଇଛନ୍ତି। ଯେତେବେଳେ ବି ପରୀକ୍ଷା ହେବ ଅଫଲାଇନ୍ରେ ହିଁ ହେବ। ଅଫ୍ଲାଇନ୍ରେ ପରୀକ୍ଷା ପାଇଁ ସିବିଏସ୍ଇ ନିଷ୍ପତ୍ତି ନେଇଛି। ସେହି ଆଧାରରେ ରାଜ୍ୟରେ ବି ଅଫଲାଇନ୍ରେ ପରୀକ୍ଷା ହେବ। ଫେବୃୟାରୀରେ ପରୀକ୍ଷା ହେଉଥିଲେ ହେଁ ଏଥର ଏହା ବିଳମ୍ବରେ ହେବ। ହେଲେ ତା’ ପୂର୍ବରୁ ଶିକ୍ଷାଦାନ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହାଛଡ଼ା ନବମରୁ ଦ୍ୱାଦଶ ଶ୍ରେଣୀ ଖୋଲିବା ପ୍ରସଙ୍ଗରେ ମନ୍ତ୍ରୀଙ୍କ ସୂଚନା। ସ୍କୁଲ ଖୋଲିବା ନେଇ ସବୁ ପକ୍ଷଙ୍କ ସହ ବିଚାର ବିମର୍ଶ ଚାଲିଛି। ଖୁବ୍ଶୀଘ୍ର ନିଷ୍ପତ୍ତି ଜଣାଯିବ ବୋଲି ମନ୍ତ୍ରୀ ମଧ୍ୟ କହିଛନ୍ତି।