ଏଆଇ ସର୍ଭିଲାନ୍ସରେ ମାଟ୍ରିକ ପରୀକ୍ଷା ଅବ୍ୟବସ୍ଥା: ୫ ଜିଲା ଶିକ୍ଷାଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

କଟକ,୨୧ା୨(କାର୍ତ୍ତିକ ସାହୁ): ଚଳିତ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ମାତୃଭାଷା ପରୀକ୍ଷାରେ କେତେକ ପରୀକ୍ଷାକେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ସର୍ଭିଲାନ୍ସ ଅବଗତ କରାଇଛି। ପରୀକ୍ଷା ଡ୍ୟୁଟିରେ ଥିବା ଏଥିରେ ସମ୍ପୃକ୍ତ ଅଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ମୁଖ୍ୟାଳୟର କଣ୍ଟ୍ରୋଲ ରୁମ୍‌ରେ ସିସିଟିଭି କ୍ୟାମେରା ଦ୍ୱାରା ଅବ୍ୟବସ୍ଥା ସୂଚିତ ହେବା ପରେ ବୋର୍ଡ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ୫ଟି ଜିଲାର ୮ଟି ପରୀକ୍ଷା କେନ୍ଦ୍ରରେ ହୋଇଥିବା ଅବ୍ୟବସ୍ଥା ଓ ଅନିୟମିତତାକୁ ବୋର୍ଡ ରେକର୍ଡ କରିଛି। ତନ୍ମଧ୍ୟରେ କଟକ ଜିଲାର ନରସିଂହପୁରସ୍ଥିତ ଏ.ଏନ୍‌. ହାଇସ୍କୁଲ, କାନପୁର ବାଳିକା ହାଇସ୍କୁଲ, ଜନାର୍ଦ୍ଦନପୁରସ୍ଥିତ ଚିତ୍ରୋତ୍ପଳା ନୋଡାଲ ହାଇସ୍କୁଲ, ପ୍ରାଚୀ ଏକାଡେମୀ, କଳାହାଣ୍ଡି ଜିଲା କୋକସରାସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ, ଢେଙ୍କାନାଳ ଜିଲା ମେରାମୁଣ୍ଡଳିସ୍ଥିତ ଅରୋବିନ୍ଦ ବିଦ୍ୟାମନ୍ଦିର, ପୁରୀ ଜିଲା ପିପିଲି ନୋଡାଲ ହାଇସ୍କୁଲ ଓ ନୟାଗଡ଼ ଜିଲା ରଣପୁରସ୍ଥିତ ବି. ସି. ହାଇସ୍କୁଲ ଅନିୟମିତତା ତାଲିକାଭୁକ୍ତ ହୋଇଛି। ଏନେଇ ମାଧ୍ୟମିକ ଶିକ୍ଷାର ନିର୍ଦ୍ଦେଶକ ଓ କଟକ ଜିଲା ପୋଲିସ ଏସ୍‌ପିଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବୋର୍ଡ ଲିଖିତ ଭାବେ ଅବଗତ କରାଯାଇଛି।
ବୋର୍ଡ ପକ୍ଷରୁ ପ୍ରାପ୍ତ ସୂଚନାନୁସାରେ, ଏ. ଏନ୍‌. ହାଇସ୍କୁଲରେ ନିରୀକ୍ଷକ ଅନୁସୂୟା ମହାରଣା ପରୀକ୍ଷା ପରିଚାଳନା କ୍ଷେତ୍ରରେ ସକ୍ରିୟ ନାହାନ୍ତି। ଏପରିକି ପରୀକ୍ଷାର୍ଥୀମାନେ ପରସ୍ପର ମଧ୍ୟରେ କଥା ହେଉଥିଲେ ବି ସେ କାହାରିକୁ ବାରଣ କରୁନାହାନ୍ତି। ପୁଣି ଜଣେ ମହିଳା ପୋଲିସ କର୍ମଚାରୀ କୌଣସି କାରଣ ନଥାଇ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରୁଛନ୍ତି। କାନପୁର ବାଳିକା ହାଇସ୍କୁଲରେ ଦେଖାଯାଇଛି ପରୀକ୍ଷା ଚାଲିଥିବା ଏକ କୋଠରୀର ଝରକା ବାହାର ପଟରେ ଅନଧିକୃତ ଭାବେ ଜଣେ ବ୍ୟକ୍ତି ଅଛନ୍ତି। ଜନାର୍ଦ୍ଦନପୁରସ୍ଥିତ ଚିତ୍ରୋତ୍ପଳା ନୋଡାଲ ହାଇସ୍କୁଲରେ ପରୀକ୍ଷାର୍ଥୀମାନଙ୍କୁ ପରସ୍ପର ମଧ୍ୟରେ କଥା ହେବାରୁ ନିବୃତ୍ତ ରଖିବାକୁ ବାରଣ କରିବା ନିମନ୍ତେ ସେତେ ସକ୍ରିୟ ନାହାନ୍ତି। ଅଡ଼ଶପୁରସ୍ଥିତ ପ୍ରାଚୀ ଏକାଡେମୀରେ ବୋର୍ଡ ଗାଇଡ୍‌ ଲାଇନ ଅନୁସାରେ ପରୀକ୍ଷା ପରିଚାଳନା ହେଉନାହିଁ। ବିଶେଷ କରି ବୋର୍ଡ ଦ୍ୱାରା ନିର୍ଦ୍ଦେଶିତ ସମୟ ଅନୁସାରେ ପ୍ରଶ୍ନପତ୍ର ପଠାଇବା କାର୍ଯ୍ୟ କରାଯାଇନାହିଁ। କୋକସରାସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠରେ ଜଣେ ଶିକ୍ଷୟିତ୍ରୀ ପୂର୍ବାହ୍ନ ୯.୧୭ ବେଳେ ତାଙ୍କ ମୋବାଇଲ ଫୋନ୍‌ ବ୍ୟବହାର କରୁଥିବା ଧରାପଡ଼ିଛି। ଢେଙ୍କାନାଳ ଜିଲା ମେରାମୁଣ୍ଡଳିସ୍ଥିତ ଅରୋବିନ୍ଦ ବିଦ୍ୟାମନ୍ଦିରର ୨ ନମ୍ବର କୋଠରୀ ମଧ୍ୟରେ ପୂର୍ବାହ୍ଣ ୧୦.୦୪ ବେଳେ କେହି ନିରୀକ୍ଷକ ନାହାନ୍ତି। ପୁରୀ ଜିଲା ପିପିଲି ନୋଡାଲ ହାଇସ୍କୁଲ ଓ ନୟାଗଡ଼ ଜିଲା ରଣପୁରସ୍ଥିତ ବି. ସି. ହାଇସ୍କୁଲରେ ପ୍ରଶ୍ନପତ୍ର ପଠାଇବା କାର୍ଯ୍ୟ ସମୟାନୁସାରେ କରାଯାଇନାହିଁ। ସମ୍ପୃକ୍ତ ଜିଲା ଶିକ୍ଷାଧିକାରୀମାନେ ସମ୍ପୃକ୍ତ ପରୀକ୍ଷା ନିରୀକ୍ଷକ ଓ ସୁପରିନ୍‌ଟେଣ୍ଡେଣ୍ଟଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri