ନବରଙ୍ଗପୁର,୧୪।୩(ଡି.ଏନ୍.ଏ.): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ମଙ୍ଗଳବାର ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ହୋଇଥିଲା। ତେବେ ନବରଙ୍ଗପୁର ଜିଲାରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ପ୍ରଥମେ ହିନ୍ଦୀ ପ୍ରଶ୍ନପତ୍ର ଲିକ ଓ ପରେ ପରେ ସଂସ୍କୃତ ପରୀକ୍ଷାର ଉତ୍ତର ଲିକ ହୋଇଥିବା ଖବର ଚର୍ଚ୍ଚାକୁ ଆସିଛି। ପରୀକ୍ଷା ଆରମ୍ଭର କିଛି ସମୟ ପରେ ଜିଲାରେ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା।
ନବରଙ୍ଗପୁର ସଦର ବ୍ଲକ ବିକ୍ରମପୁର ହାଇସ୍କୁଲରୁ ଏହି ପ୍ରଶ୍ନପତ୍ର ଲିକ ହେଇଥିବା ସୂଚନା ମିଳଛି। ଯାହାର ସତ୍ୟାସତ୍ୟ ପାଇଁ ଜିଲା ଶିକ୍ଷା ଅଧିକାରୀ ଉକ୍ତ ସେଣ୍ଟରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।