ଆଜିଠୁ ମାଟ୍ରିକ୍‌ ଖାତାଦେଖା: ସି-ସେଟ୍‌ ବିଜ୍ଞାନରେ ମିଳିବ ଗ୍ରେସ୍‌ ମାର୍କ

କଟକ,୧୯ା୩(କାର୍ତ୍ତିକ ସାହୁ):ଚଳିତବର୍ଷର ମାଟ୍ରିକ୍‌ ପରୀକ୍ଷା ଖାତାଦେଖା ୧୯ ତାରିଖ ବୁଧବାରଠାରୁ ଆରମ୍ଭ ହେଉଛି। ରାଜ୍ୟର ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ। ସେହିପରି ଏକସଙ୍ଗେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମଧ୍ୟ ଦେଖାଯିବ। ଏଥିପାଇଁ ମୋଟ ୧୧,୮୦୦ ଜଣ ପରୀକ୍ଷକଙ୍କୁ ନିୟୋଜିତ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖାତାଦେଖା କାର୍ଯ୍ୟ ଚାଲିବ। ଏହି କାର୍ଯ୍ୟରେ ନିୟୋଜିତ ପରୀକ୍ଷକ ଓ କର୍ମଚାରୀମାନେ
ଖାତାଦେଖା ସମୟରେ କେନ୍ଦ୍ରର କ୍ୟାମ୍ପସ୍‌ ବାହାରକୁ ଯାଇପାରିବେ ନାହିଁ। ଏଥିସହ ମୋବାଇଲ ପ୍ରବେଶ ମନା କରାଯାଇଛି। କୌଣସି ମୂଲ୍ୟାୟନ କେନ୍ଦ୍ରରେ ନିୟମ ଉଲ୍ଲଂଘନ ହେଉଥିବା ଜଣାପଡିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
ସୂଚନାନୁସାରେ, ଖାତାଦେଖା ଲାଗି ପରୀକ୍ଷକମାନେ ମଙ୍ଗଳବାର ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି। ବିଭିନ୍ନ ଜିଲାରେ ଜିଲା ଶିକ୍ଷାଧିକାରୀ ମୂଲ୍ୟାୟନ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିଛନ୍ତି। ଖାତାଦେଖା ପ୍ରକ୍ରିୟାକୁ ସହଜ କରିବା ପାଇଁ କେତେକ ୟୁନିଟ୍‌ ଗଠନ କରାଯାଇଛି। ପ୍ରତି ୟୁନିଟ୍‌ରେ ଜଣେ ମୁଖ୍ୟ ପରୀକ୍ଷକ, ଦୁଇଜଣ ଉପପରୀକ୍ଷକ, ଦୁଇ ଜଣ ସ୍କ୍ରୁଟିନାଇଜର, ତଦାରଖ ନିମନ୍ତେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ସୁପରଭାଇଜର ଭାବେ ନିୟୋଜିତ କରାଯାଇଛି। ବୋର୍ଡ ପକ୍ଷରୁ ଜଣେ କ୍ୟାମ୍ପ ଅଫିସର ମଧ୍ୟ ଦାୟିତ୍ୱରେ ରହିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୂଲ୍ୟାୟନକାରୀ ଓ କର୍ମଚାରୀଙ୍କ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ କେନ୍ଦ୍ର ନିମନ୍ତେ ୧୦ରୁ ଅଧିକ ପରୀକ୍ଷକ ସଂରକ୍ଷଣ ଭାବେ ରଖାଯାଇଛି। ଆବଶ୍ୟକସ୍ଥଳେ ଏହା ବୃଦ୍ଧି କରାଯାଇପାରିବ। ପରୀକ୍ଷକମାନେ ପ୍ରତ୍ୟେକ ସବ୍‌ଜେକ୍‌ଟିଭ୍‌ ପ୍ରଶ୍ନର ନିର୍ଦ୍ଦିଷ୍ଟ ଏକ ଉତ୍ତର ହିସାବରେ ମୂଲ୍ୟାୟନ କରିବେ। ପ୍ରତିଦିନ ମୂଲ୍ୟାୟନ ପରେ ନମ୍ବର ଅନ୍‌ଲାଇନ୍‌ରେ ଅପ୍‌ଲୋଡ୍‌ କରାଯିବ। ଏଥିଲାଗି ବୋର୍ଡ ପକ୍ଷରୁ ୩୦୦ରୁ ଊଦ୍ଧର୍‌ବ ଡାଟାଏଣ୍ଟ୍ରି ଅପରେଟରଙ୍କୁ ନିୟୋଜିତ କରାଯାଇଛି। ନମ୍ବର ଏଣ୍ଟ୍ରି ସମୟରେ ଯେପରି ତ୍ରୁଟି ନ ରୁହେ, ସେଥିପ୍ରତି ଯନତ୍ବାନ୍‌ ରହିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ପ୍ରାୟ ୧୨ରୁ ୧୫ ଦିନ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ର ମଧ୍ୟରୁ ମାଟ୍ରିକ ପରୀକ୍ଷା ଖାତାଦେଖା ପାଇଁଁ ୪୭ଟି କେନ୍ଦ୍ର କରାଯାଇଛି। ସେହିପରି ୨ଟି କେନ୍ଦ୍ରରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ୨ଟି କେନ୍ଦ୍ରରେ ମଧ୍ୟମା ପରୀକ୍ଷା ଖାତା ମୂଲ୍ୟାୟନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ମୁଖା ତଳେ ଛପିଥିଲା ସଇତାନ ଚେହେରା: ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି

ଭୁବନେଶ୍ୱର,୧୯ା୯(ସତ୍ୟଜିତ୍‌ ରାଉତ):ଟ୍ରାଫିକ୍‌ କନ୍‌ଷ୍ଟେବଲ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ରହସ୍ୟ ପଦାକୁ ଆସିବାରେ ଲାଗିଛି। ଶୁଭମିତ୍ରାଙ୍କ ହତ୍ୟାକାରୀ କନ୍‌ଷ୍ଟେବଲ ସ୍ବାମୀ ଦୀପକ...

ବିଜେଡି ତଣ୍ଟିରେ ଅନାସ୍ଥା କଣ୍ଟା: ଆଇଏଏସ୍‌ଙ୍କ ପରେ ଜଣେ ଓଏଏସ୍‌ ଅଫିସରଙ୍କୁ ଭେଟିବାକୁ ଧାଉଁଛନ୍ତି

ଭୁବନେଶ୍ୱର,୧୯ା୯(ସୁନିତ୍‌ ମିଶ୍ର):ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ଚଳିତ ଅଧିବେଶନରେ ଅନାସ୍ଥା ଆଣିବ ବୋଲି କଂଗ୍ରେସ ପକ୍ଷରୁ...

ନିଯୁକ୍ତି ଠକେଇ ଅଭିଯୋଗରେ SSB କନେଷ୍ଟବଳ ଗିରଫ

ଭୁବନେଶ୍ୱର,୧୯/୯: ଟ୍ୱିନ ସିଟି କମିଶନରେଟ ପୋଲିସ ଏକ ନିଯୁକ୍ତି ଠକେଇ ମାମଲାରେ ସଶସ୍ତ୍ର ସୀମା ବଳ (SSB) କନେଷ୍ଟବଳ ପତିତପାବନ ପତି (୪୦) ଓ ତାଙ୍କର...

ନ୍ୟାଶନାଲ ଜିଓଗ୍ରାଫିକ୍‌ର କଭର ପେଜ୍‌ରେ ଶିମିଳିପାଳ କଳାବାଘ

ନୂଆଦିଲ୍ଲୀ,୧୯ା୯(ପି.ଟି.):ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନରେ ଭାରତୀୟ ଫଟୋଗ୍ରାଫର ପ୍ରସନ୍‌ଜିତ ଯାଦବଙ୍କ ଦ୍ୱାରା ନିଆଯାଇଥିବା ଏକ ଦୁର୍ଲଭ କଳାବାଘର ଫଟୋ ନ୍ୟାଶନାଲ ଜିଓଗ୍ରାଫିକ୍‌ ମାଗାଜିନର ଆଗାମୀ ଅକ୍ଟୋବର...

ମହାନଦୀରେ ଏକାଧିକ ବ୍ୟାରେଜ, ଚେକଡ୍ୟାମ କରିବେ ଓଡିଶା ସରକାର

ଭୁବନେଶ୍ୱର,୧୯/୯: ଓଡ଼ିଶା ସରକାର ମହାନଦୀର ତଳମୁହାଁ ଅଞ୍ଚଳରେ ପାନୀୟ ଜଳ ଓ ଜଳସେଚନ ସୁବିଧା ଯୋଗାଇବା ପାଇଁ ୧୭ଟି ଚେକଡ୍ୟାମ, ୧୫ଟି ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର...

ସୁପର-୪’ରେ ସ୍ଥାନ ପକ୍କା କଲେ ଶ୍ରୀଲଙ୍କା, ବାଂଲାଦେଶ

ଆବୁଧାବି,୧୮ା୯: ନୁଓ୍ବାନ ଥୁସାରାଙ୍କ ଘାତକ ବୋଲିଂ ଓ ପରେ କୁସାଲ ମେଣ୍ଡିସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଚଳିତ ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ଗ୍ରୁପ୍‌-ବି’ର ଅନ୍ତିମ...

ମା’ଠାରୁ ଅଲଗା ହୋଇ ହାତୀ ଛୁଆ ଆଖିରୁ ଝରୁଛି ଲୁହ, ପ୍ରଶଂସନୀୟ କାର୍ଯ୍ୟ କଲା ବନ ବିଭାଗ

ବୌଦ୍ଧ,୧୮ା୯: ମାତ୍ର ୧୫-୨୦ ଦିନର ଏକ ନିରୀହ ହାତୀଛୁଆ, ଯିଏ ଏବେ ମା’ର ଆଲିଙ୍ଗନରେ ପ୍ରକୃତିରେ ଖେଳୁଥାନ୍ତା, ସେ ପଲ୍ଲୀରୁ ବିଚ୍ଛିନ୍ନ ହୋଇ ବୌଦ୍ଧ ବନ...

Mouth Ulcerର ଘରୋଇ ଉପଚାର

ପାଟି ଘା’ ଏକ ସାଧାରଣ ସମସ୍ୟା, ଏବଂ ଅଧିକାଂଶ ଲୋକ କୌଣସି ସମୟରେ ଏହା ଅନୁଭବ କରନ୍ତି। ଏହି ଛୋଟ ଘା’ ପ୍ରାୟତଃ ଓଠ, ଜିଭ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image