ବଢ଼ିପାରେ ମାଟ୍ରିକ ପରୀକ୍ଷା ଫି’!

କଟକ,୨୩।୯: ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବେଳେ ଏଥର ଦେୟ ଦେବାକୁ ପଡ଼ିପାରେ। କୋଭିଡ୍‌ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ କୌଣସି ଦେୟ ଦେବାକୁ ପଡୁ ନ ଥିଲା। ୨୦୨୦ ପରଠୁ ବନ୍ଦ ଥିବା ପରୀକ୍ଷା ଫି’ ଚଳିତ ବର୍ଷଠୁ ପୁଣି ଆରମ୍ଭ ହେବ ବୋଲି ବୋର୍ଡ ସୂତ୍ରରୁ ଏକ ସୂଚନା ମିଳିଛି।

ଏହାଛଡ଼ା, ୨୦୧୬ରୁ ଧାର୍ଯ୍ୟ ହୋଇଥିବା ୪୨୦ଟଙ୍କା ପରିବର୍ତ୍ତେ ଅଧିକ ଟଙ୍କା ଆଦାୟ ପାଇଁ ମଧ୍ୟ ବୋର୍ଡ ପକ୍ଷରୁ ଯୋଜନା ଚାଳିଥିବା ଜଣାପଡିଛି। ପାଖାପାଖି ୮ଶହ ଟଙ୍କା ପରୀକ୍ଷା ଫି’ ଏଥର ଆଦାୟ ହେବ ବୋଲି ଆକଳନ କରାଯାଇଛି। ବୋର୍ଡର ଜଣେ ଅଧିକାରୀଙ୍କ କହିବା ମୁତାବକ, ପ୍ରଶ୍ନପତ୍ର ଚୟନ, ପ୍ରଶ୍ନପତ୍ର ଛପା, ଆଡମିଟ୍‌ କାର୍ଡ ପ୍ରସ୍ତୁତି, ପରୀକ୍ଷା ଆୟୋଜନ, ସେଣ୍ଟରରେ ପରୀକ୍ଷା ନିରୀକ୍ଷକ ନିୟୋଜନ, ପ୍ରଶ୍ନପତ୍ରଗୁଡ଼ିକୁ ନୋଡାଲ ସେଣ୍ଟର ଓ ପରୀକ୍ଷା କେନ୍ଦ୍ରକୁ ପଠାଇବା, ପର୍ଯ୍ୟବେକ୍ଷକ ଏବଂ ସ୍କ୍ବାର୍ଡ ଗସ୍ତ ଖର୍ଚ୍ଚ, ଉତ୍ତର ଖାତା ମୂଲ୍ୟାୟନ, ଟାବୁଲେସନ, ସାର୍ଟିଫିକେଟ ପ୍ରସ୍ତୁତି ଆଦି ପାଇଁ ପୂର୍ବ ଅପେକ୍ଷା ଖର୍ଚ ବହୁ ପରିମାଣରେ ବଢ଼ିଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ସରକାରୀ କର୍ମଚାରୀଙ୍କ ଡିଏ ଦିନକୁ ୧୪୦ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି ପାଇଥିବାରୁ ପରୀକ୍ଷା ପରିଚାଳନାରେ ଦିନକୁ ଡିଏ ବାବଦ ଖର୍ଚ ୩ଗୁଣା ବଢ଼ିଛି। ତେଣୁ ପରୀକ୍ଷା ଫି’ ଆଦାୟ କରିବାକୁ ବୋର୍ଡ ପକ୍ଷରୁ ଯୋଜନା ଚାଳିଥିବା ଜଣାପଡିଛି।

ଫି’ ବୃଦ୍ଧି ପାଇଁ ବୋର୍ଡ କର୍ତ୍ତୃପକ୍ଷ ସରକାରଙ୍କ ଅନୁମତି ଲୋଡ଼ିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବୋର୍ଡ କର୍ତ୍ତୃପକ୍ଷ ମାଟ୍ରିକ ପରୀକ୍ଷା ଫି’ ବୃଦ୍ଧି ନେଇ ନିଷ୍ପଭି ନେଇପାନ୍ତି ବୋଲି ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ମାଟ୍ରିକ ପରୀକ୍ଷା ଲାଗି ଆସନ୍ତା ଅକ୍ଟୋବରରୁ ନଭେମ୍ବର ମାସ ମଧ୍ୟରେ ଫର୍ମ ପୂରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଘରକୁ ଫେରି ନ ଥିଲେ: ସକାଳୁ କେନାଲରୁ କାର୍‌ ସହ ମିଳିଲା ମୃତଦେହ

କଟକ,୨୪।୯: କଟକ ଜିଲା ବମ୍ଫକୁଦ ଗାଁ ନିକଟ କେନାଲରୁ ମଙ୍ଗଳବାର କାର୍‌ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ବମ୍ପକୁଦ ଗାଁର...

ସୁସ୍ମିତାଙ୍କ ଡାକ୍ତର ହେବା ସ୍ବପ୍ନ ଚୁରମାର୍‌: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ଯୁକ୍ତ ଦୁଇ ଛାତ୍ରୀ ସୁସ୍ମିତା ଗୌଡ଼ଙ୍କ ସ୍ବପ୍ନ ଚୁରମାର୍‌ ହୋଇଛି। ଡାକ୍ତର ହେବାକୁ ଇଚ୍ଛା ରଖି...

ପୋଖରୀରେ ଭାସୁଛି ୨ ମୃତଦେହ: ପରିଚୟ ଖୋଜୁଛି ପୋଲିସ…

କଣ୍ଟାବାଞ୍ଜି,୨୪।୬: ବଲାଙ୍ଗୀର ଜିଲା ୫୯ ନମ୍ବର ଜାତୀୟ ରାଜପଥ ଭୋଇପଡ଼ା ବୁଲାଣି ପାଖ ଏକ ପୋଖରୀରେ ଭାସୁଛି ୨ ମୃତଦେହ। ଦୁର୍ଘଟଣା ପରେ ଦୁଇ ଯୁବକ...

ମହାନଦୀ ଜଳପଥରେ ବାଲିପଠା

ମହାକାଳପଡ଼ା, ୨୪ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଳବାୟୁ ପରିବର୍ତ୍ତନ ପ୍ରଭାବ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅନିୟମିତତା ଯୋଗୁ ନଦୀ ଜଳ ସ୍ରୋତର ଉତ୍ସ ହ୍ରାସ ପାଇବା...

ମୟୂରଭଞ୍ଜରେ ହାତୀ ଆତଙ୍କ: ଆକ୍ରମଣରେ ଦୁଇ ମୃତ, ତିନି ଗୁରୁତର

ମୋରଡ଼ା,୨୪।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ନିର୍ବାଚନମଣ୍ଡଳୀରେ ହାତୀ ଉପଦ୍ର ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ, ଦଶମ ପାସ୍‌ କରିଥିଲେ କରିପାରିବେ ଆବେଦନ, ଦରମା ରହିଛି…

ଭୁବନେଶ୍ୱର,୨୪।୯: ସୋମବାର ଓଡ଼ିଶା ପୋଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ବାଟାଲିୟନ ଅଧୀନରେ Sepoys/Constable ନିଯୁକ୍ତି ୨୦୨୪ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ...

ଅନ୍ଧାରରେ ପଞ୍ଚପାଇକ ପୀଠ

ଖୋର୍ଦ୍ଧା,୨୪ା୯(ପ୍ରଭାତ ପାଣିଗ୍ରାହୀ): ବୀରତ୍ୱର ମାଟି ଖୋର୍ଦ୍ଧା। ବିଟ୍ରିଶ ବିରୋଧରେ ପ୍ରଥମ ଆନ୍ଦୋଳନର ସ୍ବର ଏଠାରୁ ଉଠିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଭାରତର ବିଭିନ୍ନ କୋଣ ଅନୁକୋଣକୁ ବ୍ୟାପିଥିଲା।...

ବ୍ଲାକ୍‌ ଲିଷ୍ଟେଡ୍‌ କମ୍ପାନୀକୁ ପରୀକ୍ଷା ପରିଚାଳନା ଦାୟିତ୍ୱ…

ଭୁବନେଶ୍ୱର,୨୪ା୯ (ଅନୁରାଧା ମହାରଣା): ରାଜ୍ୟରେ ସରକାରୀ ପଦପଦବୀରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଛି ଦୁର୍ନୀତି ବିରୋଧୀ ଛାତ୍ର ସଂଗଠନ। ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଗଠନର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri