କଟକ,୧।୧୦ (ସୁପ୍ରିୟା ପ୍ରିୟଦର୍ଶିନୀ)ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ଅବଧିକୁ ବୃଦ୍ଧି କରାଯାଇଛି। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଅନ୍ଲାଇନ୍ରେ ଫର୍ମ ପୂରଣ କରିପାରିବେ। ସେହିପରି ଅକ୍ଟୋବର ୫ ତାରିଖକୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ଅନ୍ଲାଇନ୍ ଓ ମଧ୍ୟମା ପରୀକ୍ଷା ନିମନ୍ତେ ଅଫ୍ଲାଇନ୍ରେ ଫର୍ମପୂରଣ ଅବଧି ବୃଦ୍ଧି କରାଯାଇଛି। ଏହାପରେ ଆଉ ଫର୍ମପୂରଣ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।