ଭୁବନେଶ୍ୱର,୭ା୫(ବ୍ୟୁରୋ): ମେ’ ତୃତୀୟ ସପ୍ତାହରେ ମାଟ୍ରିକ୍ ଏବଂ ଶେଷ ସପ୍ତାହରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରବିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯଦିଓ ପରୀକ୍ଷାଫଳ ନିର୍ଦ୍ଧାରିତ ତାରିଖ ଘୋଷଣା କରାଯାଇନାହିଁ, ତେବେ ଖୁବ୍ଶୀଘ୍ର ତାରିଖ ଘୋଷଣା କରାଯିବ। ଏଦିଗରେ ବୋର୍ଡ ଓ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟ କରୁଛନ୍ତି।