କଟକ ଅଫିସ,୭।୮: ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ ଆସନ୍ତା ୨୦ ସୁଦ୍ଧା ପ୍ରକାଶ ପାଇବ । ଏ ନେଇ ଜୋରଦାର ଉଦ୍ୟମ ଚାଲିଛି। ଚଳିତ ବର୍ଷ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ସତ୍ତ୍ୱେ ଯୁକ୍ତ ୨ ନାମଲେଖା ଗତବର୍ଷଠାରୁ ଶୀଘ୍ର ଆରମ୍ଭ ହେବ । ଅଫଲାଇନ ପରୀକ୍ଷା ଦେଇଥିବା ପିଲାଙ୍କୁ ବି ନାମ ଲେଖା ପାଇଁ ଯଥେଷ୍ଟ ସୁଯୋଗ ମିଳିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।
ଏ ନେଇ ମନ୍ତ୍ରୀ କହିଛନ୍ତି, ଗତ ବର୍ଷ କିଛି ସମସ୍ୟା ନ ଥାଇ ଅଗଷ୍ଟ ୨୧ରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଏହାର ସପ୍ତାହକ ପୂର୍ବରୁ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ।