ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ବାର୍‌କୋଡ୍‌

କଟକ,୧୫ା୧:(କାର୍ତ୍ତିକ ସାହୁ): ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷ ନୂତନ ପଦକ୍ଷେପ ନିଆଯାଇଛି। ଏଥର ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନୋତ୍ତର ଖାତାରେ ବାର୍‌କୋଡ୍‌ ରହିବ, ଯଦ୍ଦ୍ବାରା ପ୍ରଶ୍ନପତ୍ର ଭାଇରାଲ ହେଲେ ସେ ସଂକ୍ରାନ୍ତରେ ସବିଶେଷ ତଥ୍ୟ ସହଜରେ ବୋର୍ଡ ମୁଖ୍ୟାଳୟରେ ଜାଣିହେବ। ଫଳରେ ଅତି ସହଜରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।
ସୂଚନାନୁସାରେ, ଗତ ବର୍ଷରେ ପ୍ରଶ୍ନପତ୍ର ଭାଇରାଲକୁ ନେଇ ବୋର୍ଡକୁ ଦୁର୍ନାମ ମୁଣ୍ଡେଇବାକୁ ପଡ଼ିଛି। କେଉଁ ପରୀକ୍ଷାକେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି ତାହା ଜାଣିବା କଷ୍ଟସାଧ୍ୟ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ନୂତନ ବ୍ୟବସ୍ଥାରେ ପ୍ରତି ପ୍ରଶ୍ନପତ୍ରରେ ବାର୍‌କୋଡ୍‌ ସହ ଏକ ସିକ୍ୟୁରିଟି କୋଡ୍‌ ମଧ୍ୟ ରହିବ। ସେହିପରି ନମ୍ବରିଂ କରାଯିବା ସହ ପ୍ରଶ୍ନପତ୍ରରେ ଏକ ୱାଟର ମାର୍କ ରହିବ, ଯଦ୍ଦ୍ବାରା କେଉଁ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି, ତାହା ଜାଣିହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେଚର ପାର୍କରେ ନଷ୍ଟ ହେଲାଣି ଫାଇବର ପ୍ରତିମୂର୍ତ୍ତି, ଜଳ ଫୁଆରା, ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୨୩ା୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବୁଲି ଆସୁଥିବା ପର୍ଯ୍ୟଟକ ଏବେ ଏକାଧିକ ପର୍ଯ୍ୟଟନକ୍ଷେତ୍ରର ଅବ୍ୟବସ୍ଥାକୁ ଦେଖି ନାକ ଟେକିବା ଆରମ୍ଭ...

ନବଦାସ ହତ୍ୟାକାଣ୍ଡ: ସୁରେଶ ପୂଜାରୀ କହିଲେ ସାଂଘାତିକ କଥା, ବହୁ ତଥ୍ୟ…

ଭୁବନେଶ୍ୱର,୨୩।୧:ପୂର୍ବତନ ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ହତ୍ୟା ମାମଲାରେ ସରକାର ଏବଂ ବିରୋଧୀ ଦଳର ନେତାଙ୍କ ବୟାନ ବାଜି...

ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢ଼ୀଙ୍କ କଡ଼ା ଚେତାବନୀ, ଏଣିକି ବିଧାନସଭାରେ ବିଶୃଙ୍ଖଳା କଲେ…

ଭୁବନେଶ୍ୱର,୨୩ା୧: ଗୁରୁବାର ବାଚସ୍ପତି ସୁରମା ପାଢ଼ୀ ବିରୋଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ବାଚସ୍ପତି କହିଛନ୍ତି, ବିଧାନସଭାରେ ବିରୋଧୀ ବିଶୃଙ୍ଖଳା ଆଚରଣ କଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ...

ମନ୍ତ୍ରୀଙ୍କ ବଡ଼ ଘୋଷଣା, ଆଉ ଚଳିବନି…

ଭୁବନେଶ୍ୱର,୨୩।୧: ଅସାଧୁ ମିଲରଙ୍କୁ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ କଡ଼ା ଚେତାବନୀ। କଟନୀ ଛଟନୀ କରୁଥିବା ମିଲରଙ୍କୁ କାରଣ ଦର୍ଶାଅ ନୋଟିସ। କୃଷକମାନଙ୍କୁ ହଇରାଣ କଲେ...

ସିରିଜ ଦୁର୍ଘଟଣା ଘଟାଇଲା ମୋ’ ବସ୍‌: ୪ ଆହତ

ଭୁବନେଶ୍ୱର,୨୩ା୧: ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ପୂର୍ବାହ୍ନରେ ସିରିଜ୍‌ ଦୁର୍ଘଟଣା ଘଟାଇଛି ମୋ ବସ୍‌। ରାଜମହଲ-ମାଷ୍ଟରକ୍ୟାଣ୍ଟିନ ଛକ ମଝିରେ ଗୋଟିଏ ମୋ ବସ୍‌କୁ ଆଉ ଏକ ମୋ...

ଇଲେକ୍ଟ୍ରୋନିକ୍ସ ଦୋକାନରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଧୂଷୁରୀ,୨୩।୧(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଧୂଷୁରୀ ବଜାରରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ...

ମକର ବୁଲି ଯାଇଥିଲେ ପ୍ରେମୀଯୁଗଳ: ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

କାଲିମେଳା, ୨୩।୧(ଜୀବନ କୃଷ୍ଣ ଦାସ):ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଗମ୍ଫାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ତୁମୁକିମାଡକା ଗାଁ ନିକଟ ଜଙ୍ଗଲରୁ ଯୁବକ ଯୁବତୀ ବେକରେ ଓଢଣୀ...

ଶିବାଶିଷ ହେଲେ ଛତ୍ରପୁରର ନୂତନ ଉପଜିଲାପାଳ

ଛତ୍ରପୁର,୨୩।୧(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜ଼ିଲା ଛତ୍ରପୁରର ନୂତନ ଉପଜିଲାପାଳ ଭାବେ ଶିବାଶିଷ ବରାଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ଶେରଗଡ଼ ବିଡିଓ ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image