ଆଜି ମାଟ୍ରିକ ପରୀକ୍ଷାଫଳ

କଟକ ଅଫିସ,୧୮ା୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ସମ୍ମେଟିଭ-୨ ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇବ। ଏଥିସହ ଉକ୍ତ ଦିନ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ। ପୂର୍ବାହ୍ନ ୧୦ଟାରେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ଫଳାଫଳ ପ୍ରକାଶ କରାଯିବ। ମଧ୍ୟାହ୍ନ ୧୨ଟା ସୁଦ୍ଧା ପରୀକ୍ଷାର୍ଥୀମାନେ ନିଜର ପରୀକ୍ଷାଫଳ ବୋର୍ଡ ଓ୍ବେବ୍‌ସାଇଟ୍‌ www.bseodisha.ac.inରେ ଦେଖିପାରିବେ। ଏଥିସହ ମୋବାଇଲ ଫୋନ୍‌ରେ ଓଆର୍‌୧୦ ଲେଖି ସ୍ପେସ୍‌ ଦେଇ ରୋଲ୍‌ ନମ୍ବର ଟାଇପ କରି ୫୬୭୬୭୫୦କୁ ଏସ୍‌ଏମ୍‌ଏସ୍‌ କଲେ ପରୀକ୍ଷାଫଳ ଜାଣିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ମୋଟ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଫର୍ମପୂରଣ କରିଥିବାବେଳେ ୫ ଲକ୍ଷ ୧୮ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ରାଜ୍ୟର ୩,୨୧୮ କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା। ପ୍ରଶ୍ନପତ୍ର ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା। ରାଜ୍ୟରେ ମୋଟ୍‌ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ମୂଲ୍ୟାୟନ ହୋଇଥିଲା।

Share