ଜୁଲାଇ ୩୧ ଭିତରେ ମାଟ୍ରିକ ରେଜଲ୍ଟ, ଯୁକ୍ତ ୨ ଖାତା ମୂଲ୍ୟାୟନରେ ରହୁଛି ସମସ୍ୟା

ଭୁବନେଶ୍ୱର, ୧୩।୭(ବ୍ୟୁରୋ): ଜୁଲାଇ ୩୧ ଭିତରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୋମବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାଟ୍ରିକ ଖାତାଦେଖା ସରିଛି। ଏବେ ଟାବୁଲେସନ ଚାଲିଛି।
ଆହୁରି ମଧ୍ୟ ସେ କହିଛନ୍ତି, ଯୁକ୍ତ ୨ ଖାତା ମୂଲ୍ୟାୟନରେ ସମସ୍ୟା ରହୁଛି। ଶଟ୍‌ଡାଉନ୍‌ ପାଇଁ ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରକୁ ଆସୁ ନାହାନ୍ତି। ଏ ନେଇ ଜିଲାପାଳଙ୍କୁ ଜଣାଇବାକୁ ମୁଖ୍ୟ ସଚିବାକୁ ଚିଠି ଲେଖିବି ବୋଲି ସେ କହିଛନ୍ତି।

Share