ମାଟ୍ରିକ ଦ୍ୱିତୀୟ ଭାଷା ପରୀକ୍ଷା: ୮ ଅସାଧୁ ପରୀକ୍ଷାର୍ଥୀଙ୍କୁ ଧରିଲା AI

କଟକ,୨୫ା୨(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାର ସୋମବାର ଦ୍ୱିତୀୟ ଭାଷା (ଇଂଲିଶ ଓ ହିନ୍ଦୀ) ପରୀକ୍ଷାରେ ୮ପରୀକ୍ଷାର୍ଥୀ ଅସାଧୁ ଉପାୟ ଅବଲମ୍ବନ କରି ମାଲ୍‌ପ୍ରାକ୍ଟିସ୍‌ ହୋଇଛନ୍ତି। ଏହି ପରୀକ୍ଷାର୍ଥୀମାନେ ହଲ୍‌ ମଧ୍ୟରେ କପି କରୁଥିବାବେଳେ ଆର୍ଟିଫିଶିଆଲ ଇଣ୍ଟେଲିଜେନ୍ସ (ଏଆଇ) ସର୍ଭେଲାନ୍ସ ଜରିଆରେ ଧରାପଡ଼ିଛନ୍ତି। ବୋର୍ଡ ପକ୍ଷରୁ ପରୀକ୍ଷା କେନ୍ଦ୍ରରେ କରାଯାଇଥିବା ଏଆଇ ବ୍ୟବସ୍ଥା ହିଁ ଏଥିପାଇଁ ସହାୟକ ହୋଇଛି। ବୋର୍ଡ ମୁଖ୍ୟାଳୟରେ ନିୟନ୍ତ୍ରଣ କକ୍ଷ ଦାୟିତ୍ୱରେ ଥିବା ଅଧିକାରୀ ସହଜରେ ଏହି ପରୀକ୍ଷାର୍ଥୀମାନଙ୍କୁ ଧରିପାରିଛନ୍ତି। ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ଯେ, ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଶୃଙ୍ଖଳିତ ଭାବେ ଚାଲିଛି। ଅସାଧୁ ଉପାୟ ଅବଲମ୍ବନ କରି ଧରାପଡ଼ିଥିବା ପରୀକ୍ଷାର୍ଥୀମାନେ ଦଳଗତ ଭାବେ ଏଥିରେ ସମ୍ପୃକ୍ତ ନାହାନ୍ତି। ବ୍ୟକ୍ତିଗତ ସ୍ତରରେ ସେମାନେ ଏଭଳି ଉପାୟ ଅବଲମ୍ବନ କରୁଥିବାରୁ ସେମାନଙ୍କ ଦ୍ୱାରା ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ବିଭ୍ରାଟ ସୃଷ୍ଟି ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସୁଛି ଝଡ଼ବର୍ଷା, ଏଇ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୦ା୩(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛିଦିନ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ କାଳବୈଶାଖୀ ପ୍ରଭାବରେ ଗୁରୁବାରଠାରୁ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇପାରେ।...

ଶାହାଙ୍କ ଓଡ଼ିଶା ଗସ୍ତ ୩ୟ ଥର ବାତିଲ

ଭୁବନେଶ୍ୱର,୨୦ା୩(ରବିନାରାୟଣ ଜେନା): ଭାଜପାର ଚାଣକ୍ୟ ତଥା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲକୁ ନେଇ ରାଜ୍ୟ ରାଜନୀତି ଏବେ ଜୋର୍‌ ଧରିଛି।...

୫୮ ନୂଆ ଶୀତଳଭଣ୍ଡାର

ଓଡ଼ିଶାରେ ଆବଶ୍ୟକ ଶୀତଳଭଣ୍ଡାର ନ ଥିବାରୁ ଚାଷୀମାନେ ଉତ୍ପାଦିତ ସାମଗ୍ରୀ ସଂରକ୍ଷଣ କରିପାରୁନାହାନ୍ତି। ଏଥିଯୋଗୁ ସେସବୁକୁ କମ୍‌ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଅଭାବୀ...

ୟୁଟ୍ୟୁବର ତପି ମିଶ୍ର ଗିରଫ

ଭୁବନେଶ୍ୱର,୧୯ା୩: ୟୁଟ୍ୟୁବର ସରୋଜ ମିଶ୍ର(ତପି)ଙ୍କୁ ବୁଧବାର ଗିରଫ କରିଛି ପୋଲିସ। ତପି ସବୁବେଳେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ। ଏନେଇ ଅଭିଯୋଗ ହେବାରୁ ଇନ୍‌ଫୋସିଟି...

କୋରାପୁଟରେ ଫିଲ୍ମ ଶୁଟିଂ ପରେ ଫେରିଲେ ଏସ୍‌ଏସ୍‌ଏମ୍‌ବି-୨୯ ଟିମ୍‌

କୋରାପୁଟ,୧୯ା୩(ଅମିତାଭ ବେହେରା): ଦୀର୍ଘ ୧୫ଦିନ ରହଣି ପରେ କୋରାପୁଟରୁ ଫେରିଗଲେ ସାଉଥ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲି। ଅଭିନେତା ମହେଶ ବାବୁ ଓ ବଲିଉଡ୍‌ର ଦେଶୀ...

ଏହି ଜିଲାରେ ପ୍ରତିଷ୍ଠା ହେବ ଆୟୁର୍ବେଦିକ ମେଡିକାଲ କଲେଜ

ଭୁବନେଶ୍ୱର, ୧୯।୩: ଓଡ଼ିଶାର ମୟୂରଭଞ୍ଜ ଜିଲାରେ ରାଜ୍ୟ ସରକାର ଏକ ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାପନ କରିବେ। ବୁଧବାର ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହା...

ଗୋପବନ୍ଧୁ ସାମ୍ବାଦିକ ବୀମା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କହିଲେ ଏକୀକୃତ ବୀମା ଯୋଜନାରେ..

ଭୁବନେଶ୍ୱର,୧୯ା୩: ଗୋପବନ୍ଧୁ ସାମ୍ବାଦିକ ବୀମା ଯୋଜନାରେ ସମ୍ପ୍ରତି ଆବେଦନ କରିଥିବା ସାମ୍ବାଦିକମାନଙ୍କୁ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରା ନ ଯିବା ନେଇ ଚିନ୍ତାର ସମାଧାନ କରି...

ବିନା ଟିକେଟ୍‌ରେ ଯାତ୍ରା କରୁଥିଲେ ୫୯ ଜଣ, ଧରା ପଡ଼ିବା ପରେ ୧୭୨୨୫ ଟଙ୍କା ହେଲା ଆଦାୟ

ନିରାକାରପୁର,୧୯ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ବିନା ଟିକେଟ୍‌ରେ ଟ୍ରେନରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ସଚେତନ କରିବା ସହ ଷ୍ଟେଶନରେ ବାଣିଜ୍ୟ ଅଭିବୃଦ୍ଧି ନିମନ୍ତେ ବୁଧବାର ଖୋର୍ଦ୍ଧା ରେଳ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image