ଆସନ୍ତା ୨୩ରୁ ମାଟ୍ରିକ୍‌ ସମ୍ମେଟିଭ୍‌ ପରୀକ୍ଷା: ଆଜିଠୁ ମିଳିବ ଆଡମିଟ୍‌ କାର୍ଡ

କଟକ ଅଫିସ,୪।୧୧: ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ସମ୍ମେଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା। ନଭେମ୍ବର ୨୩ରୁ ଆରମ୍ଭ ହୋଇ ୩୦ ତାରିଖ ଯାଏ ପରୀକ୍ଷା ଚାଲିବ। ଏ ନେଇ ବୋର୍ଡ କତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି। ତେବେ ପରୀକ୍ଷା ପାଇଁ ଆଜିଠାରୁ ଆଡମିଟ୍‌ କାର୍ଡ ମିଳିବ। ଛାତ୍ରୀଛାତ୍ର ବୋର୍ଡ ଓ୍ବେବ୍‌ସାଇଟ୍‌ରେ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ। ମଧ୍ୟମା ଏବଂ ଓପନ୍‌ ସ୍କୁଲ୍‌ ପାଇଁ ୧୭ ତାରିଖରୁ ଆଡମିଟ୍‌ କାର୍ଡ ମିଳିବ। ସେହିପରି ନଭେମ୍ବର ୧୧ରୁ ଭୋକେଶନାଲ ପ୍ରାକ୍ଟିକାଲ୍‌ ପରୀକ୍ଷା ଆରମ୍ଭ ହେବ। ୧୦୧୨ ଟି ସ୍କୁଲ୍‌ରେ ୧୮ ତାରିଖ ଯାଏ ପ୍ରାକ୍ଟିକାଲ୍‌ ଚାଲିବ। ଚଳିତ ବର୍ଷ ୩୦୨୯ଟି ସେଣ୍ଟରରେ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷା ଦେବେ ଛାତ୍ରୀଛାତ୍ର। ୩୧୬ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ରହିବ।

Share