ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ଆରମ୍ଭ

ଭୁବନେଶ୍ୱର, ୧୫।୯(ବ୍ୟୁରୋ) ହାଇସ୍କୁଲ ସପ୍ଲିମେଣ୍ଟାରି ଓ ଓପନ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ସୋମବାରଠାରୁ ଆରମ୍ଭ ହୋଇଛି।ଏହା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ୧୫୩ଟି କେନ୍ଦ୍ରରେ ୨୨ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ଦେଉଥିବାବେଳେ ୮୮ କେନ୍ଦ୍ରରେ ଓପନ ସ୍କୁଲର ପ୍ରାୟ ୧୨,୫୦୦ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି। ପରୀକ୍ଷା ସମୟରେ କୋଭିଡ୍‌ ନିୟକୁ କଡ଼ାକଡ଼ି ପାଳନ କରାଯାଉଛି। ସମସ୍ତ କେନ୍ଦ୍ର ସାନିଟାଇଜ କରାଯିବା ସହିତ କୌଣସି ପ୍ରକାର ଭିଡ଼ ନ ହେବା ପାଇଁ ବ୍ୟବସ୍ଥା ହୋଇଛି। ପରୀକ୍ଷା କେନ୍ଦ୍ରରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ପରୀକ୍ଷାକୁ ସୁରୁଖୁରୁରେ ସାରିବା ପାଇଁ ଶିକ୍ଷା ବିଭାଗଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ପରୀକ୍ଷା ଶେଷ ହେବା ପରେ ପରୀକ୍ଷା କେନ୍ଦ୍ରକୁ ଭଲ ଭାବେ ସାନିଟାଇଜ କରିବାର ବ୍ୟବସ୍ଥା କରିବାକୁ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share