ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା

କଟକ,୨୮।୬(ସୁପ୍ରିୟା ପ୍ରିୟଦର୍ଶିନୀ): ଆସନ୍ତା ଜୁଲାଇ ୩ରୁ ୮ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ। ମୋଟ ୮୦ଟି କେନ୍ଦ୍ରରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେବେ। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତବର୍ଷ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରୁ ୧୩୧୧ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟରୁ ୮୯୧୫ ଜଣ ଛାତ୍ରୀଛାତ୍ର ଉକ୍ତ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ଜଣାପଡିଛି। ଏନେଇ ବୋର୍ଡ ଓ୍ବେବ୍‌ସାଇଟ୍‌ରେ www.bseodisha.ac.inରେ ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ ରହିଛି। ସ୍କୁଲ କର୍ତ୍ତୃପକ୍ଷ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରି ଛାତ୍ରୀଛାତ୍ରଙ୍କୁ ଦେବେ।

Share