ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ: ଏଥର ପାସ୍‌ ହାର ରହିଛି…

କଟକ,୨୩।୮: ୨୦୨୪ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥର ମୋଟ ୭୯୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୪୧ ଛାତ୍ରୀଛାତ୍ର ପାସ କରିଛନ୍ତି। ପାସ୍‌ ହାର ୫୫.୪% ରହିଛି।

ସେହିପରି ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା(ଏସ୍‌ଓଏସ୍‌ସି) ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି। ଏଥିରେ ସମସ୍ତ ୫ଟି ବିଷୟରେ ୧୬ହଜାର ୯୦୮ଜଣ ପରୀକ୍ଷା ଦେଇଥିବା ବେଳେ ୯୪୩୫ଜଣ ପାସ୍‌ କରିଛନ୍ତି। ଅର୍ଥାତ ପାସ୍‌ ହାର ୫୫.୮୭% ରହିଛି।

ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ନେଇ ସନ୍ତୁଷ୍ଟ ନୁହନ୍ତି ସେମାନେ ଖାତା ଚେକିଂ ପାଇଁ ଅଗଷ୍ଟ ୨୭ତାରିଖରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ଅଫଲାଇନରେ ଆବେଦନ କରିପାରିବେ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ପକ୍ଷରୁ ସୂଚନା ଦିଆଯାଇଛି। ଜୋନ ଅଫିସ କିମ୍ବା କଟକସ୍ଥିତ ବିଏସଇ ମୁଖ୍ୟ କାର୍ଯ୍ୟାଳୟରେ ଏନେଇ ଆବେଦନ କରିପାରିବେ। ବିଏସଇର ୱେବ ସାଇଟରେ ଆବେଦନ ଫର୍ମ ଉପଳବ୍ଧ ରହିଛି।

Share