ଆରମ୍ଭ ହେଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ ଅଫିସ,୧୪ା୯: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ସୋମବାରଠାରୁ ଆରମ୍ଭ ହୋଇଛି। ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇଛି। ଏହା ୧୨ଟାରେ ସରିବ। ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଅବ୍‌ଜେକ୍ଟିଭ ପରୀକ୍ଷା(ଏହାର ଉତ୍ତର ଓଏମଆର୍‌ ମାଧ୍ୟମରେ ପୂରଣ କରାଯିବ) ଓ ୧୧ଟାରୁ ୧୨ଟା ସବ୍‌ଜେକ୍ଟିଭ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଅବଜେକ୍ଟିଭ୍‌ ପାଇଁ ୫୦ନମ୍ବର ଓ ସବଜେକ୍ଟିଭ୍‌ ପାଇଁ ୩୦ ନମ୍ବର ଏହିପରି ମୋଟ୍‌ ୮୦ ନମ୍ବର ପରୀକ୍ଷା କରାଯିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।

କରୋନା ପାଇଁ ପରୀକ୍ଷା ଢାଞ୍ଚାରେ ଅନେକ ପରିବର୍ତ୍ତନ କରାଯାଇଛି। ଉଭୟ ସପ୍ଲିମେଣ୍ଟାରୀ ଓ ମୁକ୍ତବିଦ୍ୟାଳୟ ପରୀକ୍ଷାରେ ପ୍ରତି ବିଷୟ ପାଇଁ ୨ଘଣ୍ଟା ୩୦ମିନିଟ୍‌ ବଦଳରେ ପରୀକ୍ଷାର୍ଥୀଙ୍କୁ ୨ଘଣ୍ଟା ସମୟ ମିଳିବ।

Share