ମେ’ ୨୧ରୁ ମାଟ୍ରିକ ଖାତା ଦେଖା, ୫୮ କେନ୍ଦ୍ରରେ ଦେଖାଯିବ ଖାତା

କଟକ ଅଫିସ,୧୩।୫ : ସଂସ୍କୃତ ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ମାଟ୍ରିକ ପରୀକ୍ଷା ଖାତା ଦେଖା ମେ ୨୧ ତାରିଖରୁ ଆରମ୍ଭ ହେବ । ୧୦ରୁ ୧୨ ଦିନ ଭିତରେ ଅର୍ଥାତ ଚଳିତ ମାସ ଶେଷ ସୁଦ୍ଧା ଖାତା ଦେଖ ଶେଷ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ସୂଚନା ଦିଆଯାଇଛି ।
ଖାତା ଦେଖିବା ପାଇଁ ରାଜ୍ୟର ବିଭିନ୍ନ ଜିଲାରେ ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ଏହ ସହ ୧୧ ହଜାର ୨୩୦ ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ସେଥିମଧ୍ୟରୁ ୪୮୧ ଜଣ ମୁଖ୍ୟ ପରୀକ୍ଷକ, ୯୦୦ ଜଣ ଉପ ମୁଖ୍ୟ ପରୀକ୍ଷକ, ୮ ହଜାର ୯୧୯ ଜଣ ସହ ପରୀକ୍ଷକ ଓ ୯୩୦ ଜଣ ଯାଞ୍ଚକାରୀ ବା ନିରୀକ୍ଷକ (ସ୍କୃଟିନାଇଜର୍‌) ଅଛନ୍ତି। ସେମାନେ ୨୦ ତାରିଖ ସକାଳ ୧୦ଟାରେ ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟ କରିବେ। ୨୧ ତାରିଖରୁ ମୂଲ୍ୟାୟନ ଆରମ୍ଭ ହେବ । ଶିକ୍ଷୟିତ୍ରୀ ଶିକ୍ଷକ ସମସ୍ତ ବିଷୟର କେବଳ ସବ୍‌ଜେକ୍ଟିଭ ଉତ୍ତରଖାତା ଦେଖିବେ । ଓଏମଆର ସିଟ୍‌ କମ୍ପ୍ୟୁଟର ଦ୍ୱାରା ମୂଲ୍ୟାୟନ କରାଯିବ।

Share