Categories: ଜାତୀୟ

ମାଟ୍ରିକ୍‌ ପରୀକ୍ଷା ବାତିଲ: ରାସ୍ତାରେ ଭଙ୍ଗାରୁଜା କଲେ ଶିକ୍ଷାର୍ଥୀ

ପାଟନା,୨୦।୨: ବିହାର ବିଦ୍ୟାଳୟ ପରୀକ୍ଷା ସମିତି ପକ୍ଷରୁ ସାମାଜିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହେବା ପରେ ଏହାକୁ ବାତିଲ କରାଯାଇଛି। ଏହି ପରୀକ୍ଷା ୨୦୨୧ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବ ବୋଲି ବିହାର ବୋର୍ଡ ପକ୍ଷରୁ କୁହାଯାଇଛି। ଜମୁଇ ଜିଲାର ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଝାଝା ଶାଖାରେ ରଖାଯାଇଥିବା ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଶୁକ୍ରବାର ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ହ୍ବାଟସ୍‌ ଆପ୍‌ରେ ଭାଇରାଲ ହୋଇଥିଲା। ପ୍ରଶ୍ନପତ୍ର ଲିକ୍‌ ହେବା ମାମଲାର ଯାଞ୍ଚ୍‌ ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବୋର୍ଡ ପକ୍ଷରୁ ପରୀକ୍ଷାକୁ ବାତିଲ କରାଯାଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଶିକ୍ଷାର୍ଥୀମାନେ ରାଜଧାନୀ ପାଟନାର ରାଜରାସ୍ତାରେ ଭଙ୍ଗାରୁଜା କରିଥିଲେ। ସେମାନେ କେତେକ ଗାଡ଼ିର କାଚ ଭାଙ୍ଗି ଦେଇଥିଲେ। ଘଟଣାସ୍ଥଳରେ ପୋଲିସ କେବଳ ଦର୍ଶକ ସାଜିଥିଲା। ଏଏନ୍‌ କଲେଜ ପାଖରେ ଶିକ୍ଷାର୍ଥୀମାନେ ପ୍ରଦର୍ଶନ କରିବା ଯୋଗୁ ଟ୍ରାଫିକ୍‌ ଜାମ୍‌ ହୋଇଯାଇଥିଲା। ପରେ ପୋଲିସ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲେ।

Share