ଆଜି ମାଟ୍ରିକ୍‌ ପରୀକ୍ଷାଫଳ

କଟକ ଅଫିସ, ୬ା୭: ମାଟ୍ରିକ୍‌ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇବ। ମଧ୍ୟମା ଓ ମୁକ୍ତ ବିଦ୍ୟାଳୟର ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୱେବ୍‌ସାଇଟ୍‌ ଏବଂ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଫଳାଫଳ ଜାଣିପାରିବେ। ୱେବ୍‌ସାଇଟ୍‌ www.bseodisha.ac.in ଏବଂ www.bseodisha.nic.inରେ ପରୀକ୍ଷାଫଳ ଉପଲବ୍ଧ ହେବ। ଅପରାହ୍ନ ୨ଟା ପରେ ପରୀକ୍ଷାର୍ଥୀମାନେ ନିଜ ପରୀକ୍ଷାଫଳ ୱେବ୍‌ସାଇଟ୍‌ରେ ଦେଖିପାରିବେ। ସେହିପରି ନିଜ ମୋବାଇଲ ଫୋନ୍‌ରୁ ଓଆର୍‌୧୦ ଏବଂ ନିଜ ରୋଲ୍‌ ନମ୍ବରକୁ ଟାଇପ୍‌ କରି ୫୬୭୬୭୫୦କୁ ପଠାଇଲେ ଫଳାଫଳ ଜାଣିପାରିବେ।

Share