ମେ’ ୩ରୁ ମାଟ୍ରିକ, ୧୫ରୁ ଯୁକ୍ତଦୁଇ ପରୀକ୍ଷା

ଭୁବନେଶ୍ୱର,୨।୧(ବ୍ୟୁରୋ) : କୋଭିଡ୍‌ କଟକଣା ଯୋଗୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବା ବେଳେ ଚଳିତମାସ ୮ ତାରିଖରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ। ତେବେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୩ରୁ ଆରମ୍ଭ ହୋଇ ୧୫ରେ ସରିବ। ସେହିପରି ମେ’ ୧୫ରୁ ଜୁନ୍‌ ୧୧ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ରବିବାର ମଧ୍ୟ ସ୍କୁଲ ଖୋଲା ରହିବ। ୧୦୦ ଦିନରେ ପିଲାମାନେ ସମସ୍ତ ବିଷୟ ପାଇଁ ପ୍ରସ୍ତୁତି ହୋଇ ପରୀକ୍ଷା ଦେବେ।
ସୂଚନାଯୋଗ୍ୟ କରୋନା ମହାମାରୀ ଯୋଗୁ ଗତ ମାର୍ଚ୍ଚରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଛାତ୍ରୀଛାତ୍ରଙ୍କ ନିମନ୍ତେ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା କରିଥିଲେ।

Share