ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ, ପ୍ରଥମ ଦିନରେ ଓଡ଼ିଆ

କଟକ ଅଫିସ,୮।୨: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ ସୋମବାର ପ୍ରକାଶ ପାଇଛି। ମେ ୩ରୁ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହେବ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ହେବ। ୫ ତାରିଖରେ ସେକେଣ୍ଡ ଲାଙ୍ଗୁଏଜ୍‌ ଇଂଲିଶ, ୭ରେ ଥାର୍ଡ ଲାଙ୍ଗୁଏଜ୍‌ ହିନ୍ଦୀ, ୮ରେ ଥାର୍ଡ ଲାଙ୍ଗୁଏଜ୍‌ ସଂସ୍କୃତ, ୧୦ରେ ଗଣିତ, ୧୨ରେ ବିଜ୍ଞାନ, ୧୫ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ଚାଲିବ। ଗଣିତ ପରୀକ୍ଷାରେ ଛାତ୍ରୀଛାତ୍ରଙ୍କୁ ଅଧିକ ୧୫ ମିନିଟ ସମୟ ଦିଆଯିବ। ଅର୍ଥାତ ୧୦ଟା ୧୫ରେ ପରୀକ୍ଷା ଶେଷ ହେବା। ୭ଟା ୪୫ରେ ଉଭୟ ଅବ୍‌ଜେକ୍ଟିଭ ଓ ସବ୍‌ଜେକ୍ଟିଭ ପ୍ରଶ୍ନପତ୍ର ବଣ୍ଟାଯିବ। ଅବ୍‌ଜେକ୍ଟିଭ ସକାଳ ୮ଟାରୁ ୯ଟା ଏବଂ ସବ୍‌ଜେକ୍ଟିଭ ପରୀକ୍ଷା ୯ଟାରୁ ୧୦ଟା ପର୍ଯ୍ୟନ୍ତ ହେବ। ଗଣିତ ଅବଜେକ୍ଟିଭ ପରୀକ୍ଷା ସକାଳ ୮ଟାରୁ ୯ଟା ୧୫ ଯାଏ ଚାଲିବ। ଛାତ୍ରୀଛାତ୍ରମାନେ ଓଏମ୍‌ଆର୍‌ରେ ଅବ୍‌ଜେକ୍ଟିଭ ଓ ବୁକ୍‌ଲେଟରେ ସବ୍‌ଜେକ୍ଟିଭ ଉତ୍ତର ଲେଖିବେ।

Share