ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା ସୂଚୀ

ଭୁବନେଶ୍ୱର,୧୪।୩(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୋମବାର ମାଟ୍ରିକ୍‌ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଏପ୍ରିଲ ୨୯ରୁ ପରୀକ୍ଷା ଆରମ୍ଭ ହୋଇ ମେ’୭ ପର୍ଯ୍ୟନ୍ତ ଚାଲିବ। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟାରେ ସରିବ। କେବଳ ଗଣିତ ବିଷୟ ପାଇଁ ୨ ଘଣ୍ଟା ୧୫ ମିନିଟ୍‌ ଅଧିକ ସମୟ ଦିଆଯାଇଛି। ପ୍ରତ୍ୟେକ ବିଷୟ ପାଇଁ ୮୦ ମାର୍କ ରଖାଯାଇଛି। ୫୦ ମାର୍କ ସଂକ୍ଷିପ୍ତ ଉତ୍ତରମୂଳକ ଏବଂ ୩୦ ମାର୍କ ଦୀର୍ଘ ଉତ୍ତରମୂଳକ ରହଛି। ୫୦ ମାର୍କ ଓଏମ୍‌ଆର ସିଟ୍‌ରେ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଆଉ ବଳକା ୩୦ ମାର୍କ ବୁକ୍‌ଲେଟ୍‌ରେ ଦେବେ।

Share