ମେ’ ୩ରୁ ମାଟ୍ରିକ ପରୀକ୍ଷା, ଖୁବ୍‌ଶୀଘ୍ର କାର୍ଯ୍ୟସୂଚୀ

ଭୁବନେଶ୍ୱର, ୬।୨(ବ୍ୟୁରୋ): ମେ’ ୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖରେ ସରିବ। ଖୁବ୍‌ଶୀଘ୍ର ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇବ। ତେବେ ମେ’ ୩ ରୁ ୧୨ ପର୍ଯ୍ୟନ୍ତ ସଂସ୍କୃତ ମଧ୍ୟମା ପରୀକ୍ଷା ଓ ୧୫ ପର୍ଯ୍ୟନ୍ତ ଓଡ଼ିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଚଳିତବର୍ଷ ନିଜ ସ୍କୁଲ୍‌ରେ ଛାତ୍ରୀଛାତ୍ର ମାଟ୍ରିକ୍‌ ପରୀକ୍ଷା ଦେବେ। ଅନ୍ୟ ସ୍କୁଲ୍‌ର ଶିକ୍ଷକ ପରୀକ୍ଷା ନିରୀକ୍ଷକ ହେବେ। କେବଳ ଏତିକି ନୁହେଁ, ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ପରୀକ୍ଷା ଅବଧି ରହିବ।

Share