କଟକ ଅଫିସ,୬।୭: ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଅନୁଷ୍ଠାନିକଭାବେ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଚଳିତ ବର୍ଷ ପାସ ହାର ୯୦.୫୫ ପ୍ରତିଶତ ରହିଛି।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ଜଣ ପିଲା ପରୀକ୍ଷା ଦେଇଥିଲେ। ତନ୍ମଧ୍ୟରୁ ୫,୧୭,୮୪୭ଜଣ ପିଲା ପାସ କରିଥିବାବେଳେ ୮୬୯୯ଜଣ ପିଲା ଫେଲ ହୋଇଛନ୍ତି । ସେହିଭଳି ୨,୫୬,୮୭୭ଜଣ ଛାତ୍ର ପାସ କରିଥିବାବେଳେ ୨,୬୦,୯୬୦ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।
ତେବେ ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ପିଲା ରି-ଚେକିଂ କରାଇ ପାରିବେ। ଏଥିଲାଗି ଜୁଲାଇ ୧୧ରୁ ଅନ୍ଲାଇନ୍ ଯୋଗେ ଆବେଦନ କରାଯାଇପାରିବ । ଜୁଲାଇ ୧୧ରୁ ୨୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ଜଣାପଡ଼ିଛି।