Categories: ଜାତୀୟ

‘ମିଶନ ସମୁଦ୍ର ଯାନ’ ୩ ଜଣଙ୍କ ସହ ୬ କିଲୋମିଟର ଗଭୀର ସମୁଦ୍ରକୁ ଯିବ ‘ମତ୍ସ୍ୟ ୬୦୦୦’

ନୂଆଦିଲ୍ଲୀ,୬।୮: ଆମେରିକା, ଚାଇନା ପରି ବିକଶିତ ଦେଶ ଭଳି ଏବେ ଭାରତ ବି ପାତାଳର ରହସ୍ୟ ଭେଦ କରିବାକୁ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରୁଛି। ବାସ୍ତବରେ, ଆକାଶରେ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ହେବା ପରେ ଭାରତ ବର୍ତ୍ତମାନ ସମୁଦ୍ରର ଗଭୀରତା ଏବଂ ସେଠାରେ ଲୁଚି ରହିଥିବା ଉତ୍ସଗୁଡିକ ଅନୁସନ୍ଧାନ କରିବା ପାଇଁ ପ୍ରଥମ ସମୁଦ୍ର ମିଶନ ଆରମ୍ଭ କରିବାକୁ ଯାଉଛି।
ନିକଟରେ ରାଜ୍ୟ ସଭାରେ ଏହି ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ଭାରତ ଖୁବ ଶୀଘ୍ର ପ୍ରଥମ ମାନବ ମିଶନ ସାମୁଦ୍ରାୟନ ଅନ୍ତର୍ଗତ ଗଭୀର ସମୁଦ୍ରକୁ ଏକ ମାନବ ବୁଡ଼ାଜାହାଜ (ମଣିଷ ଧାରଣ କରିଥିବା ବୁଡ଼ାଜାହାଜ) ପଠାଇବାକୁ ଯାଉଛି। ଏହି ବୁଡ଼ାଜାହାଜ ତିନି ଜଣଙ୍କୁ ସମୁଦ୍ରରେ ୬୦୦୦ମିଟର ଗଭୀରତାକୁ ନେଇଯିବ।
ଏହି ବୁଡ଼ାଜାହାଜର ନାମ ‘ମତ୍ସ୍ୟ ୬୦୦୦’ ରଖାଯାଇଛି। ମାର୍ଚ୍ଚ ୨୦୨୪ ସୁଦ୍ଧା ଏହି ବୁଡ଼ାଜାହାଜର ପ୍ରଥମ ପର୍ଯ୍ୟାୟର ପରୀକ୍ଷା ଶେଷ ହେବ। ଯାହାର ଅର୍ଥ ହେଉଛି ୨୦୨୬ସୁଦ୍ଧା ‘ମତ୍ସ୍ୟ ୬୦୦୦’ ତିନି ଜଣ ଭାରତୀୟଙ୍କୁ ସମୁଦ୍ରରେ ୬୦୦୦ ମିଟର ପର୍ଯ୍ୟନ୍ତ ନେଇଯିବ।

Share