ନୂଆଦିଲ୍ଲୀ,୬।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଖବରଟି ନ୍ୟୁଜିଲ୍ୟାଣ୍ଡର ଜଣେ ଷ୍ଟାର ଖେଳାଳିଙ୍କ ସହ ଜଡିତ। କିୱି ଦଳର ଦ୍ରୁତ ବୋଲର ମ୍ୟାଟ ହେନରୀ ଆଘାତ ଯୋଗୁ ଫାଇନାଲ ମ୍ୟାଚ୍ରୁ ବାଦ ପଡ଼ିପାରନ୍ତି ବୋଲି କୁହାଯାଉଛି। ଯଦି ଏହା ହୁଏ ତେବେ ଏହା ନ୍ୟୁଜିଲ୍ୟାଣ୍ଡ ପାଇଁ ଏକ ବଡ଼ ଝଟ୍କା ହେବ। ସେହିଭଳି ଟିମ୍ ଇଣ୍ଡିଆ ଲାଗି ଆଶ୍ୱସ୍ତିର ବିଷୟ ହେବ। କାରଣ ହେନରୀ କେବଳ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସବୁଠାରୁ ସଫଳ ବୋଲର ନୁହନ୍ତି ଟିମ ଇଣ୍ଡିଆ ବିପକ୍ଷରେ ତାଙ୍କର ରେକର୍ଡ ମଧ୍ୟ ସମାନ। ସେ ଗ୍ରୁପ ପର୍ଯ୍ୟାୟରେ ଭାରତ ବିପକ୍ଷ ମ୍ୟାଚ୍ରେ ଏହାର ଟ୍ରେଲର ମଧ୍ୟ ଦେଖାଇଛନ୍ତି।
ମ୍ୟାଟ ହେନରୀଙ୍କ କାନ୍ଧରେ ଆଘାତ ଲାଗିଛି। ଲାହୋରରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ସେ ଏହି ଆଘାତର ଶିକାର ହୋଇଥିଲେ। ହେନରୀ ଏକ କ୍ୟାଚ୍ ନେବା ସମୟରେ ଆହତ ହୋଇଥିଲେ, ଯାହା ପରେ ତାଙ୍କୁ ମଇଦାନ ଛାଡିବାକୁ ପଡିଥିଲା। ଏଯାବତ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପେଇ ଅପ୍ଡେଟ୍ ଆସିନାହିଁ। ମ୍ୟାଚ ଶେଷ ହେବା ପରେ ଅଧିନାୟକ ମିଚେଲ ସାଣ୍ଟନର ମଧ୍ୟ ଅପଡେଟ ଦେଇଥିଲେ ଯେ ସେ ଗମ୍ଭୀର ହୋଇପାରନ୍ତି।
କାରଣ ତାଙ୍କ କାନ୍ଧରେ ଫୁଲା ରହିଛି। ହେଲେ ଆମେ ଆଗାମୀ ଦୁଇ ଦିନ ଅପେକ୍ଷା କରିବା ପରେ ହିଁ ଏକ ନିଷ୍ପତ୍ତିରେ ପହଞ୍ଚିବୁ।
ଯଦି ମ୍ୟାଟ ହେନରୀ ବାଦ୍ ପଡ଼ନ୍ତି, ତେବେ ଏହା ଫାଇନାଲରେ ଟିମ ଇଣ୍ଡିଆକୁ ଆଶ୍ୱସ୍ତି ଦେଇପାରେ। ସେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସବୁଠାରୁ ସଫଳ ବୋଲର। ସେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୪ଟି ମ୍ୟାଚ୍ରେ ୧୦ ଉଇକେଟ ନେଇଛନ୍ତି। ଏହି ୧୦ ଉଇକେଟ ମଧ୍ୟରୁ ସେ ଗ୍ରୁପ ପର୍ଯ୍ୟାୟରେ ଭାରତ ବିପକ୍ଷରେ ୫ଟି ଉଇକେଟ ନେଇଥିଲେ, ୮ ଓଭରରେ ୪୨ ରନ ଦେଇଥିଲେ।
ଆମେ ଭାରତ ବିପକ୍ଷରେ ଏକଦିବସୀୟ ମ୍ୟାଚ୍ରେ ହେନରୀଙ୍କ ପ୍ରଦର୍ଶନ ଦେଖିଲେ, ସେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୧ଟି ମ୍ୟାଚ୍ରେ ୨୧ ଉଇକେଟ ନେଇଛନ୍ତି। ମ୍ୟାଟ ହେନରୀ ୪.୪୮ ଇକୋନୋମି ଏବଂ ୨୧ ଆଭରେଜରେ ଏହି ଉଇକେଟ ନେଇଥିଲେ। ଏହି ସମୟ ମଧ୍ୟରେ ତାଙ୍କର ବୋଲିଂ ଷ୍ଟ୍ରାଇକ ରେଟ ୨୮ ରୁ କମ ରହିଛି।
୨୦୨୫ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ତୃତୀୟ ଥର ହେବ ଯେତେବେଳେ ଉଭୟ ଦଳ ICC ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପରସ୍ପର ସହ ମୁହାଁମୁହିଁ ହେବେ। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଉଭୟ ଥର ଫାଇନାଲରେ ବିଜୟୀ ହୋଇଥିଲା। ଯଦିଓ ପରିସଂଖ୍ୟାନ କିୱିଙ୍କ ପାଖରେ ଅଛି, ଭାରତୀୟ ଦଳ ଏହାକୁ ବଦଳାଇବା ବିଷୟରେ ଚିନ୍ତା କରିବ। ଯଦି ମ୍ୟାଟ ହେନରୀ ଫାଇନାଲରୁ ବାହାର ହୋଇଯାଆନ୍ତି ତେବେ ଟିମ ଇଣ୍ଡିଆ ବିଜେତା ହେବା ସହଜ ହୋଇଯିବ।