ହାଓ୍ବାଇ ଜଙ୍ଗଲରେ ଲାଗିଥିବା ନିଆଁରେ ଏବେ ପର୍ଯ୍ୟନ୍ତ ୮୯ ଜଣଙ୍କ ମୃତ୍ୟୁ, ଏପର୍ଯ୍ୟନ୍ତ ଘଟିଥିବା ସବୁଠାରୁ ବଡ ପ୍ରାକୃତିକ ବିପର୍ଯ୍ୟୟ

ଓ୍ବାଶିଂଟନ,୧୩।୮: ଆମେରିକାର ହାୱାଇରେ ଅବସ୍ଥିତ ମାଉଇ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାର ଚାରି ଦିନରୁ ଅଧିକ ସମୟ ବିତିଗଲାଣି। ନିଆଁ କେତେ ଦ୍ରୁତ ଗତିରେ ବ୍ୟାପୁଥିଲା ତାହା ସହଜରେ ଅନୁମାନ କରିହେବ ଯେ ଉଦ୍ଧାର କରିବା ପରେ ବି ଏ ପର୍ଯ୍ୟନ୍ତ ୮୯ଜଣଙ୍କର ସ୍ଥାନାନ୍ତର ସମୟରେ ନିଆଁରେ ଫସି ରହି ପ୍ରାଣ ଯାଇଛି। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ଉଦ୍ଧାରକାରୀ ଦଳ ଲଗାତାର ଭାବେ ବଞ୍ଚିଥିବା ଲୋକଙ୍କୁ ଖୋଜିବା ଜାରି ରଖିଛନ୍ତି।

ଏହି ସମୟରେ ସହରର କ୍ଷୟକ୍ଷତି ସମ୍ପର୍କରେ ଏକ ଏଜେନ୍ସି ସୂଚନା ଦେଇଛି। ସଂଘୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି (ଫେମା) ଅନୁଯାୟୀ, ଲାହାଇନାରେ ଏପର୍ଯ୍ୟନ୍ତ ୨୨୦୦ ରୁ ଅଧିକ ସଂରଚନା ନଷ୍ଟ ହୋଇଯାଇଛି। ଏଥିସହିତ ୨,୧୦୦ ଏକରରୁ ଅର୍ଥାତ୍‌ ୮୫୦ହେକ୍ଟରରୁ ଅଧିକ ଅଞ୍ଚଳ ଜଳିଯାଇଛି। ଏହାର ପୁନଃ ନିର୍ମାଣ ପାଇଁ ୫.୫ବିଲିୟନ ଡଲାର ଖର୍ଚ୍ଚ ହେବ ବୋଲି କୁହାଯାଉଛି।

Share