ମାଉଇ ଜଙ୍ଗଲରେ ନିଆଁ: ୧୦୧ ମୃତ

ଓ୍ବାଶିଂଟନ୍‌,୧୬।୮: ଆମେରିକାରେ ୧୦୦ବର୍ଷ ମଧ୍ୟରେ ସବୁଠାରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହାୱାଇର ମାଉଇ ଦ୍ୱୀପରେ ଜଙ୍ଗଲରେ ନିଆଁ ଲାଗି ଦିନକୁ ଦିନ ଭୟଙ୍କର ରୂପ ନେଉଛି। ନିଆଁରେ ଏପର୍ଯ୍ୟନ୍ତ ୧୦୧ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ମାଉ ପୋଲିସ ମୁଖ୍ୟ ଜନ ପେଲେଟିୟର୍‌। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୦୧ରେ ପହଞ୍ଚିଛି ଏବଂ ୨୫ପ୍ରତିଶତ ପ୍ରଭାବିତ ଅଞ୍ଚଳର ଅନୁସନ୍ଧାନ କରାଯାଇସାରିଛି।

ହାୱାଇ ରାଜ୍ୟପାଳ ଜୋଶ ଗ୍ରୀନ କହିଛନ୍ତି, ବିନାଶର ପରିମାଣ ଅବିଶ୍ୱସନୀୟ। ରାଜ୍ୟପାଳଙ୍କ କହିବାନୁସାରେ, ଅଗ୍ନିକାଣ୍ଡରେ ୨୨୦୦ରୁ ଅଧିକ ସଂରଚନା ନଷ୍ଟ ହୋଇଯାଇଥିଲା। ଯାହାର ପ୍ରାୟ ୮୬ ପ୍ରତିଶତ ଆବାସିକ ଗୃହ ଥିଲା। ସେହିପରି ଅନୁସନ୍ଧାନକାରୀଙ୍କ ସନ୍ଧାନବେଳେ ୧୦ରୁ ୨୦ଜଣଙ୍କ ମୃତଦେହ ଅବଶେଷ ମିଳିପାରେ ବୋଲି ସେ କହିଛନ୍ତି।

Share