ସୋସିଆଲ ମିଡିଆରେ ହାସ୍ଟ୍ୟାଗ୍ ଶ୍ୱେତା ନାମରେ ଏକ ଅଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ଯୁବତୀ ଅନ୍ଲାଇନ ମିଟିଂ ପରେ ମାଇକ୍ ବନ୍ଦ କରିବାକୁ ଭୁଲି ଯାଇଥିଲେ। ଏହା ପରେ ତାଙ୍କର ଜଣେ ବନ୍ଧୁଙ୍କ ଦ୍ୱାରା ତାଙ୍କର ସମସ୍ତ ବ୍ୟକ୍ତିଗତ କଥା ଲିକ୍ ହୋଇଯାଇଥିଲା।
ସେହିପରି ବର୍ତ୍ତମାନ ଜଣେ ମୌଲବୀ ସାହେବଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଶୁଣିଲେ ସ୍ପଷ୍ଟ ହେବ ମୌଲବୀ ମାଇକ୍ ବନ୍ଦ ନ କରି ଶୋଇ ଯାଇଛନ୍ତି ଆଉ ଜୋର୍ରେ ଘୁଙ୍ଗୁଡ଼ି ମାରୁଛନ୍ତି। ଏହା ଶୁଣି ଲୋକେ ହସି ହସି ବେଦମ ହୋଇଯାଉଛନ୍ତି।
@dapakiguy92 ନାମକ ଜଣେ ଟୁଇଟର ୟୁଜର ଏହାକୁ ଶେୟାର କରିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି, ମୌଲବୀ ସାହେବ ମାଇକ୍ ଅନ୍ କରି ଶୋଇ ଯାଇଛନ୍ତି। ଭିଡିଓଟି ଦେଖି ଲୋକେ ହସି ହସି ଗଡ଼ିବା ସହ ମଜାଳିଆ କମେଣ୍ଟ ସବୁ ଦେଉଛନ୍ତି।