ଦିନରେ ମାଲାୟଲମ୍‌ ରାତିରେ ବଙ୍ଗାଳି ରୀତିନୀତିରେ ବିବାହ କଲେ ମୌନି

ବିବାହ ବନ୍ଧନରେ ବାନ୍ଧି ହେଲେ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ମୌନୀ ରୟ। ବ୍ୟବସାୟୀ ସୁରଜ ନାମ୍ବିଆଙ୍କ ହାତ ଧରିଛନ୍ତି ସେ। ଦିନରେ ମାଲାୟଲମ୍‌ ରାତିରେ ବଙ୍ଗାଳି ରୀତିନୀତିରେ ଉଭୟ ବିବାହ କରିଛନ୍ତି। ଅନେକ ଦିନ ଧରି ଚାଲିଥିବା ଡେଟ୍‌ ବିବାହରେ ଶେଷ ହୋଇଛି। ଗୋଆର ଏକ ପଞ୍ଚ ତାରକା ହୋଟେଲରେ ଉଭୟଙ୍କ ମ୍ୟାରେଜ ସେରିମନି ଆୟୋଜିତ ହୋଇଥିଲା । ମଲୟାଲମ ଓ ବଙ୍ଗାଳି ରୀତିନୀତିରେ ଉଭୟ ବିବାହ କରିଥିଲେ।
ଉଭୟ ବିବାହରେ ଖୁବ ସୁନ୍ଦର ଲାଗୁଥିଲେ ମୌନି। ଦିନରେ ଲାଲ ବର୍ଡରର ହ୍ବାଇଟ ଶାଢିରେ ଖୁବ୍‌ ସୁନ୍ଦର ଲାଗୁଥିବା ବେଳେ ରାତିରେ ଡିଜାଇନର ସବ୍ୟସାଚୀଙ୍କ ଲେହେଙ୍ଗାରେ ମୌନିଙ୍କୁ ଖୁବ୍‌ ମାନୁଥିଲା। ଏହାର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

Share