୨୭ରେ ବିବାହ କରିବେ ମୌନୀ ରୟ, ଜାଣନ୍ତୁ କ’ଣ କରନ୍ତି ଭାବି ସ୍ବାମୀ

ଅଭିନେତ୍ରୀ ମୌନୀ ରୟ ଖୁବ୍‌ଶୀଘ୍ର ପ୍ରେମିକ ସୁରଜ ନାମ୍ବିଆର୍‌ଙ୍କୁ ବିବାହ କରିବେ। ଅଭିନେତ୍ରୀ ୨୭ ଜାନୁୟାରୀ ୨୦୨୨ରେ ଗୋଆରେ ଏକ ସମୁଦ୍ରକୂଳରେ ବିବାହ କରିବେ। କରୋନାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗ ଦେବେ।
ଗୋଆର କାଣ୍ଡୋଲିମରେ ସୁରଜଙ୍କ ସହ ମୌନୀ ବେଳାଭୂମି ବିବାହ କରିବେ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଜାନୁୟାରୀ ୨୭ରେ ୪ ବିବାହ ହେବାକୁ ଥିବାବେଳେ ସେମାନଙ୍କର ସଙ୍ଗୀତ ଏବଂ ହଳଦୀ ସମାରୋହ ୨୬ ଜାନୁୟାରୀରେ ହେବ। ଏଭଳି ପରିସ୍ଥିତିରେ ମୌନୀଙ୍କ ପ୍ରଶଂସକମାନେ ତାଙ୍କ ଭାବି ସ୍ବାମୀଙ୍କ ବିଷୟରେ ଜାଣିବାକୁ ବେଶ ଆଗ୍ରହୀ ଥିବେ। ତେବେ ଜାଣନ୍ତୁ ମୌନିଙ୍କ ଭାବି ସ୍ବାମୀ ସୁରଜଙ୍କ ବିଷୟରେ।

ସୁରଜଙ୍କ ଜନ୍ମ କର୍ଣ୍ଣାଟକର ବେଙ୍ଗାଲୁରରେ ହୋଇଛି। ତାଙ୍କ ପିତାମାତା ଜୈନ ସମ୍ପ୍ରଦାୟର। ସେ ଇଣ୍ଟରନ୍ୟାସନାଲ ରେସିଡେନ୍ସିଆଲ ସ୍କୁଲରୁ ତାଙ୍କର ପ୍ରାଥମିକ ଶିକ୍ଷା ହାସଲ କରିଥିଲେ। ୨୦୦୮ରେ ସେ ବେଙ୍ଗାଲୁରର ଆର.ଭି ଇଞ୍ଜିନିୟରିଂ କଲେଜରୁ ସିଭିଲ ଇଞ୍ଜିନିୟରିଂ ପଢ଼ା ଶେଷ କରିଥିଲେ। ତାଙ୍କର ନୀରଜ ନାମକ ଜଣେ ଭାଇ ଅଛନ୍ତି। ସିଏ ପୁଣେରେ ଅବସ୍ଥିତ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ସହ-ପ୍ରତିଷ୍ଠାତା ଅଟନ୍ତି। ସୁରଜ ଦୁବାଇରେ ଅବସ୍ଥିତ ଜଣେ ଭାରତୀୟ ବ୍ୟବସାୟୀ ଏବଂ ନିବେଶ ବ୍ୟାଙ୍କର। ସୁରଜଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ ଦେଖିଲେ ସେ ବୁଲିବା ସହ ପଢ଼ିବାକୁ ବେଶ ପସନ୍ଦ କରନ୍ତି।

Share