ଏବେ ବିକ୍ରି ହେବାକୁ ଯାଉଛି ସାହାରା ହସ୍ପିଟାଲ, ଜାଣନ୍ତୁ କିଏ ହେବ…

ନୂଆଦିଲ୍ଲୀ,୮।୧୨: ସାହାରା ଗ୍ରୁପ୍‌ ମାଲିକଙ୍କର ନଭେମ୍ବରରେ ମୃତ୍ୟୁ ଘଟିଛି। ‘ସାହାରା ଶ୍ରୀ’ ନିଜର ଜୀବନକାଳ ମଧ୍ୟରେ ଜିରୋରୁ ହିରୋ ହେବାର ଯାତ୍ରା ନିରୂପଣ କରିଥିଲେ। ହେଲେ ଯେଉଁ ଗ୍ରୁପ୍‌କୁ ସେ ନିଜ ଆଖି ସମ୍ମୁଖରେ ଶୀଖରରେ ପହଞ୍ଚାଇଥିଲେ ସେ ଧରାଶାୟୀ ହୋଇଯିବା ଦେଖିଥିଲେ। ଗୋଟିଏ ପରେ ଗୋଟିଏ ବ୍ୟବସାୟକୁ ଅନ୍ୟ କମ୍ପାନୀ କିଣିନେଇଥିଲେ। ଶୁକ୍ରବାର ପୁଣି ଗ୍ରୁପ୍‌ ସହ ଜଡ଼ିତ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରାଇଭେଟ୍‌ ହେଲ୍ଥ କେୟାର ପ୍ରୋଭାଇଡର ମ୍ୟାକ୍ସ ହେଲ୍ଥ କେୟାର ଇନ୍‌ଷ୍ଟିଚ୍ୟୁଟ୍‌ ଲିମିଟେଡ୍‌ ସାହାରା ହସ୍ପିଟାଲକୁ କିଣିଛି। ପ୍ରାୟ ୧୨୫ କୋଟି ଟଙ୍କାରେ ସେ ଷ୍ଟାରଲିଷ୍ଟ ମେଡିକାଲ ସେଣ୍ଟର ପ୍ରାଇଭେଟ୍‌ ଲିମିଟେଡ୍‌ର ୧୦୦% ଅଂଶଧନକୁ ମ୍ୟାକ୍ସ କିଣି ଚୁକ୍ତିରେ ଦସ୍ତଖତ କରିଛି। ଏହାପରେ ମାକ୍ସ ମାଲିକାନାରେ ହିଁ ଉକ୍ତ ଡାକ୍ତରଖାନା ଚାଲିବ। ଲକ୍ଷ୍ନୌର ଗୋମତି ନଗରରେ ୨୭ ଏକର ଜମିରେ ଏହି ଡାକ୍ତରଖାନା ରହିଛି। ଏଥିରେ ବିଭିନ୍ନ ସ୍ବାସ୍ଥ୍ୟସେବା ପ୍ରଦାନ କରାଯାଉଛି। ଏହାର ପରିସରରେ ଏକ ନର୍ସିଂ କଲେଜ ମଧ୍ୟ ରହିଛି, ଯାହାକି ୧୦୦ରୁ ଅଧିକ ଛାତ୍ରୀଙ୍କୁ ପ୍ରତି ବର୍ଷ ଟ୍ରେନିଂ ଦେଇଆସୁଛି।

Share